ETV Bharat / bharat

ଜୁଲାଇ 3ରୁ ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ

author img

By

Published : Jun 26, 2020, 9:12 AM IST

କୋରୋନା ଲକଡାଉନରେ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଆରମ୍ଭ ହୋଇଥିଲା ବନ୍ଦେ ଭାରତ ମିଶନ । ଜୁଲାଇ 3ରେ ବନ୍ଦେ ଭାରତ ମିଶନର 3ୟ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି ।

ଜୁଲାଇ 3ରୁ ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ
ଜୁଲାଇ 3ରୁ ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ

ନୂଆଦିଲ୍ଲୀ: ବିଦେଶରୁ ପୁଣି ଫେରିବେ ଭାରତୀୟ । ଜୁଲାଇ 4 ରୁ ଆରମ୍ଭ ହେବାକୁ ଯାଉଛି ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ । ଏଥର ମିଶନ ସେହି ଦେଶ ଉପରେ ଗୁରୁତ୍ବ ଦେବ ଯେଉଁ ଦେଶରେ ଅଧିକ ମାତ୍ରାରେ ଭାରତୀୟ ଅଟକି ରହିଛନ୍ତି । ଏବଂ ଫେରିବା ପାଇଁ ସରକାର ଦ୍ବାରା ପଞ୍ଜିକୃତ କରିଥିବେ ।

ଏହି ମିଶନ ଅଧିନରେ ପ୍ରାୟ 1.50 ଲକ୍ଷ ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇଛି । 700 ରୁ ଅଧିକ ବିମାନ ଭାରତରେ ପହଞ୍ଚିଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ବନ୍ଦେ ଭାରତ ମିଶନର ତୃତୀୟ ପର୍ଯ୍ୟାୟରେ ଅନ୍ୟ 175ଟି ବିମାନ ତିନି ଦିନ ମଧ୍ୟରେ ଭାରତରେ ପହଞ୍ଚିବ । ମିଶନରେ ଉଡ଼ାଣ ଭରି ରହିଥିବା ଭାରତୀୟଙ୍କୁ ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରମୁଖ ଭୂମିକା ଗ୍ରହଣ କରାଯାଇଛି ।

ଶ୍ରୀବାସ୍ତବ କହିଛନ୍ତି ଯେ, ମେ 26 ତାରିଖରୁ ଆରମ୍ଭ ହୋଇଥିବା ଚାର୍ଟାର୍ଡ ବିମାନ ଅପରେସନ ଗତ ସପ୍ତାହରେ କ୍ରମାଗତ ଭାବେ ବୃଦ୍ଧି ପାଇଛି । କୋରୋନା ଲକଡାଉନରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଜାହାଜ ଚାଳକ ଏବଂ ଜାହାଜ କର୍ମଚାରୀଙ୍କୁ ମଧ୍ୟ ଫେରାଇ ଆଣିଛନ୍ତି। ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ 1,30,061 ଜଣ ବ୍ୟକ୍ତି ଏହି ବିମାନରେ ଫେରିଛନ୍ତି । ଏହି ବିମାନଗୁଡିକର ଚାହିଦା ବହୁତ ଅଧିକ ରହିଛି । ବିଶେଷ କରି ଗଲ୍ଫ ଅଞ୍ଚଳରେ। ତେଣୁ ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହାସହ ନେପାଳ, ଭୁଟାନ ଏବଂ ବାଲାଂଦେଶରେ ସ୍ଥଳ ସୀମା ଇମିଗ୍ରେସନ ଯାଞ୍ଚ ପଏଣ୍ଟ ମାଧ୍ୟମରେ 84,000 ରୁ ଅଧିକ ଭାରତୀୟ ଭାରତ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.