ETV Bharat / bharat

ପିଏଫଆଇ ସମ୍ପାଦକ ଗିରଫ, ଅଧ୍ୟକ୍ଷ ଅଟକ

ପିଏଫଆଇ(ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ) ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ । ପିଏଫଆଇ ସମ୍ପାଦକ ମହମ୍ମଦ ଇଲିଆସକୁ ପୋଲିସର ସ୍ପେଶାଲ ସେଲ ଗିରଫ କରିଥିବାବେଳେ ଅଧ୍ୟକ୍ଷ ପରବେଜକୁ ଅଟକ ରଖିଛି ।

PFI Secretary arrested
ପିଏଫଆଇ ସମ୍ପାଦକ ଗିରଫ, ଅଧ୍ୟକ୍ଷ ଅଟକ
author img

By

Published : Mar 12, 2020, 11:34 AM IST

Updated : Mar 12, 2020, 2:05 PM IST

ନୂଆଦିଲ୍ଲୀ: ପିଏଫଆଇ(ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ) ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ । ପିଏଫଆଇ ସମ୍ପାଦକ ମହମ୍ମଦ ଇଲିଆସକୁ ପୋଲିସର ସ୍ପେଶାଲ ସେଲ ଗିରଫ କରିଥିବାବେଳେ ଅଧ୍ୟକ୍ଷ ପରବେଜକୁ ଅଟକ ରଖିଛି । ଶାହିନବାଗରେ ଚାଲୁଥିବା ପ୍ରଦର୍ଶନ ପାଇଁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି ।

ପିଏଫଆଇ ସମ୍ପାଦକ ଗିରଫ, ଅଧ୍ୟକ୍ଷ ଅଟକ

ଏହାସହ ଇଲିଆସ, ବିହାରର ବାସିନ୍ଦା ହୋଇଥିବାବେଳେ ହିଂସାରେ ତାର ସମ୍ପୃକ୍ତିକୁ ନେଇ ପୋଲିସ ଯାଞ୍ଚ କରୁଛି । ସୂଚନାଅନୁସାରେ, ସ୍ପେଶାଲ ସେଲ ପିଏଫଆଇ ସହିତ ସମ୍ପର୍କରେ ଥିବା ଦାନିସକୁ ପ୍ରଥମେ ଗିରଫ କରିଥିଲା । ତା ଉପରେ ମଧ୍ୟ ପାଣ୍ଠି ଯୋଗାଇବାର ଅଭିଯୋଗ ରହିଛି ।

ତେବେ ଦାନିସକୁ ପଚରାଉଚରା ପରେ ଇଲିଆସକୁ ଗରିଫ କରିଛି ସ୍ପେଶାଲ ସେଲ । ସୂତ୍ରଅନୁସାରେ ସ୍ପେଶାଲ ସେଲ ସ୍କାନରରେ ପିଏଫଆଇର 40ରୁ ଅଧିକ ସଦସ୍ୟ ଅଛନ୍ତି । ଶାହିନବାଗରେ ଦେଖାଯାଇଥିବା ପ୍ରଦର୍ଶନ ସହିତ ଦିଲ୍ଲୀ ହିଂସା ପାଇଁ ପିଏଫଆଇ ପାଣ୍ଠି ଯୋଗାଉଥିବା ଅଭିଯୋଗ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 12, 2020, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.