ପାଟନା: ପାଟଳିପୁତ୍ର ଯୁଦ୍ଧରେ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସହାୟତାରେ ପୂନର୍ବାନ ବିହାର ଦଖଲ କରିବାକୁ ଜୋରସୋରରେ ପ୍ରଚର ଅଭିଯାନ ଚଳାଇଛି ଭାରତୀୟ ଜନତା ପାର୍ଟି । ବିଜେପିର ଷ୍ଟାର ପ୍ରଚାରକମାନେ ନିର୍ବାଚନୀ ମୈଦାନକୁ ଓହ୍ଲାଇ ଭୋଟ ହାତେଇବାକୁ କରୁଛନ୍ତି ଭରପୁର ପ୍ରୟାସ । ଏହିକ୍ରମରେ ବିହାରର ବାଙ୍କାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଲୋକ କଲ୍ୟାଣକାରୀ ଯୋଜନାଗୁଡିକୁ ବିହାର ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀଙ୍କ ବିଦେଶନୀତିକୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର କହିଛନ୍ତି, ଏପରି ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଦେଶକୁ ମିଳିଛି । ସେ ବିଦେଶରେ ଭାରତର ସମ୍ମାନ ବଢାଇଛନ୍ତି । ଏହାସହ ସମସ୍ତ ପ୍ରତିଶୃତିକୁ ମଧ୍ୟ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ଧାରା 370 ଉଚ୍ଛେଦ ବିଷୟ ଉଠାଇ ଧର୍ମେନ୍ଦ୍ର କହିଛନ୍ତି, ଏବେ ଭାରତର ପ୍ରତ୍ୟେକ ନାଗରିକ ନିଜର ନାଗରିକତା ପ୍ରାପ୍ତ କରିପାରିବେ । ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରେ ରାମ ମନ୍ଦିର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଥିବା କହିଛନ୍ତି ପ୍ରଧାନ ।