ETV Bharat / bharat

ଏଣିକି ଆବର୍ଜନାରୁ ବାହାରିବ ପେଟ୍ରୋଲ - PLASTIC TO DIESEL

ଏଣିକି ଆବର୍ଜନାରୁ ବାହାରିବ ପେଟ୍ରୋଲ । ଏହି ଆଧୁନିକ ପ୍ରଣାଳୀକୁ ଉଦ୍ଭାବନ କରିଛନ୍ତି ଉତ୍ତରାଖଣ୍ଡରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମର ବୈଜ୍ଞାନିକମାନେ । ବ୍ୟବସାୟିକ ଭାବେ କାର୍ଯ୍ୟ ଆରମ୍ଭ ହେଲେ ଦୈନିକ 10 ଟନରୁ ପେଟ୍ରୋଲ ବାହାର କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 27, 2019, 11:17 PM IST

ଡେରାଡୁନ: ଏଣିକି ଆବର୍ଜନାରୁ ବାହାରିବ ପେଟ୍ରୋଲ । ଏପରି ଟେକ୍ନୋଲୋଜି ଆଣିଛି ଉତ୍ତରାଖଣ୍ଡର ପେଟ୍ରୋଲିୟମ ସଂସ୍ଥା । ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମ(ଆଇଆଇପି)ର କର୍ମଚାରୀମାନେ ଦୀର୍ଘ ଦିନ ଧରି ଏହି ପ୍ରୋଜେକ୍ଟ ଉପରେ କାମ କରିବା ପରେ ଏହି ଟେକ୍ନୋଲୋଜିକୁ ବାହାର କରିଛନ୍ତି । ଏହି ଆଧୁନିକ ଉପାୟରେ ଏକ ଟନ ଆବର୍ଜନାରୁ ପାଖାପାଖି 800 ଲିଟର ପେଟ୍ରୋଲ ବାହାରି ପାରିବ ବୋଲି ଜଣାପଡିଛି । ତେବେ ଏହି ରିସର୍ଚ୍ଚ ପ୍ଲାଣ୍ଟକୁ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ ଉଦ୍ଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଉତ୍ତରାଖଣ୍ଡର ମୋକହମପୁର ଅଞ୍ଚଳରେ ଥିବା ଆଇଆଇପିରେ ଆବର୍ଜନାରୁ ପେଟ୍ରୋଲ ଉଦ୍ଭାବନ ନେଇ ଦୀର୍ଘ ଦିନ ଧରି ଅନୁଧ୍ୟାନ ଚାଲିଆସିଥିଲା । ତେବେ ଏହି ଟେକ୍ନୋଲୋଜି ଭବିଷ୍ୟତରେ ଇନ୍ଧନ ଓ ଜଙ୍ଗଲ ସଂରକ୍ଷଣ ପାଇଁ ବେଶ ସହାୟକ ହେବ ବୋଲି ଆଇଆଇପିର କର୍ମଚାରୀମାନେ ପ୍ରକାଶ କରିଛନ୍ତି । ସେପଟେ ଏହି ଟେକ୍ନୋଲୋଜି ଇନ୍ଧନ ସଂରକ୍ଷଣରେ ଏକ ମାଇଲଷ୍ଟୋନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ବୈଜ୍ଞାନିକମାନଙ୍କ କହିବା ମୁତାବକ ଏହି ଅନୁଷ୍ଠାନ ଯେବେ ରିସର୍ଚ୍ଚ ଅନୁଷ୍ଠାନରୁ ବ୍ୟବସାୟିକ ପ୍ଲାଣ୍ଟ ଭାବେ କାର୍ଯ୍ୟ କରିବ, ସେବେଠାରୁ 10 ଟନ ଆବର୍ଜନାରୁ ମଧ୍ୟ ପେଟ୍ରୋଲ ଉତ୍ପାଦନ ହେବ । ସେବେ ପେଟ୍ରୋଲ ଦାମ 50 ଟଙ୍କାରୁ ମଧ୍ୟ କମ ଦାମ ହେବ ବୋଲି ସେ କହିଛନ୍ତି । ଏହା ସହିତ 35 କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ପ୍ଲାଣ୍ଟ ଖୁବ ଶୀଘ୍ର ତାର ମୂଲ୍ୟ ହାସଲ ମଧ୍ୟ କରିନେବ ବୋଲି ବୈଜ୍ଞାନିକ କହିଛନ୍ତି ।

ଏହି ପ୍ଲାଣ୍ଟ ଉଦ୍‌ଘାଟନ ସମୟରେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ମୋଦିଙ୍କ ପ୍ଲାଷ୍ଟିକ ମୁକ୍ତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ବୈଜ୍ଞାନିକମାନେ ଗୋଟିଏ ପାଦ ଆଗେଇଛନ୍ତି । ଏହା ନିଶ୍ଚିତ ଭାବେ ଆମ ପାଇଁ ବଡ଼ ସଫଳତା ବୋଲି ସେ କହିଥିଲେ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.