ETV Bharat / bharat

ଶାହୀନବାଗ ବିରୋଧ ସ୍ଥଳ ବ୍ୟାରିକେଡରେ ପେଟ୍ରୋଲ ବୋମା

author img

By

Published : Mar 22, 2020, 4:43 PM IST

ଶାହୀନବାଗ ବିରୋଧସ୍ଥଳ ବ୍ୟାରିଗେଟ ନିକଟରେ ପେଟ୍ରୋଲ ବୋମା ଫିଙ୍ଗା ଯାଇଥିବା କହିଛି ଦିଲ୍ଲୀ ପୋଲିସ । ଅଧିକ ସୂଚନା ପାଇଁ ପଢନ୍ତୁ । ....

Petrol bomb hurled at Shaheen Bagh
ଶାହୀନବାଗ ବିରୋଧ ସ୍ଥଳ

ନୂଆଦିଲ୍ଲୀ: ଶାହୀନବାଗ ବିରୋଧ ସ୍ଥଳ ନିକଟେର ପେଟ୍ରୋଲ ବୋମା ଫିଙ୍ଗା ଯାଇଥିବା କହିଛି ଦିଲ୍ଲୀ ପୋଲିସ । ଶାହୀନ ବାଗ ପ୍ରଦର୍ଶନକାରୀଙ୍କ ଠାରୁ କିଛି ମିଟର ଦୂରରେ ଥିବା ବ୍ୟାରିକେଡରେ ପେଟ୍ରୋଲ ବୋମା ଫିଙ୍ଗି ଯାଇଛି ବୋଲି ରବିବାର ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ଅଞ୍ଚଳର ଅତିରିକ୍ତ ଡେପୁଟି କମିଶନର (ଡିସିପି) କୁମାର ଜିଆନେଶ କହିଛନ୍ତି ଯେ ବୋମା ଦ୍ବାରା କେହି ଆହତ ହୋଇନାହାଁନ୍ତି । ପ୍ରଦର୍ଶନକାରୀଙ୍କ ଉପରେ ଏହି ଆକ୍ରମଣ ହୋଇନଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।

ଏହି ମାମଲାରେ ବ୍ୟବହୃତ କିଛି ବୋତଲ ଉଦ୍ଧାର ହୋଇଛି । ଏହାର ତଦନ୍ତ ଚାଲିଛି ବୋଲି ଅତିରିକ୍ତ ଡିସିପି କୁମାର ଗଣେଶ କହିଛନ୍ତି। ଘଟଣା ପରେ ବ୍ୟାରିକେଡ ନିକଟରେ ଦୁଇଜଣ ବାଇକ ଆରୋହୀଙ୍କୁ ଦେଖିବାକୁ ମିଳିଥିଲା । ଏନେଇ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଥିବା ସେ କହିଛନ୍ତି ।

ବ୍ୟାରିକେଡରେ ଫୋପାଡି ଦିଆଯାଇଥିବା ବୋତଲରେ ବ୍ୟବହୃତ ଅଶୋଧିତ ତେଲ ଥିଲା ନା ଅନ୍ୟ କିଛି ରାସାୟନିକ ପଦାର୍ଥ ତାହା ଏବେ ଅନୁସନ୍ଧାନ ଚାଲିଛି । ପୋଲିସର ଅଧିକାରୀଙ୍କ ଅନୁଯାୟୀ ଜ୍ବଳନ୍ତ ବୋତଲ ଗୁଡିକ ଶାହୀନବାଗ ନିକଟରୁ ଆସିଥିଲା । ଅନ୍ୟପଟେ କୋଭିଡ-19 ବଢୁଥିବାର ଆଖି ଆଗରେ ରଖି ବୃଦ୍ଧା ମହିଳା ବିକ୍ଷୋଭକାରୀମାନେ ସତର୍କତାମୂଳକ ପଦକ୍ଷେପ ସହିତ ସଂଶୋଧିତ ନାଗରିକତା ଆଇନ ବିରୁଦ୍ଧରେ ବସିବାକୁ ଶନିବାର ବିଳମ୍ବିତ ରାତିରେ ନିଷ୍ପତ୍ତି ନେଇଛନ୍ତି।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.