ETV Bharat / bharat

ଅନ୍ତରୀଣ ବଜେଟକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା - court

ସଂସଦରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଯାଚିକା । ଶୁକ୍ରବାର ବଜେଟ ଉପସ୍ଥାପନର କେଇ ଘଣ୍ଟା ମଧ୍ୟରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଏହାକୁ ନାକଚ କରିବାକୁ ଆବେଦନ କରାଯାଇଛି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 2, 2019, 10:44 AM IST

ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ ଏନଡିଏ ସରକାରଙ୍କ କାମଚଳା ବଜେଟକୁ ବିରୋଧ । ସଂସଦରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଯାଚିକା । ଶୁକ୍ରବାର ବଜେଟ ଉପସ୍ଥାପନର କେଇ ଘଣ୍ଟା ମଧ୍ୟରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଏହାକୁ ନାକଚ କରିବାକୁ ଆବେଦନ କରାଯାଇଛି । ଦାୟର ହୋଇଥିବା ଏହି ଯାଚିକାରେ ଅନ୍ତରୀଣ ବଜେଟ ସମ୍ବିଧାନରେ କୌଣସି ପ୍ରାବଧାନ ନ ଥିବା ଅଭିଯୋଗ କରାଯାଇଛି ।

ଅଧିବକ୍ତା ମନୋହର ଲାଲ ଶର୍ମାଙ୍କ ଦ୍ବାରା ଦାୟର କରାଯାଇଥିବା ଯାଚିକାରେ କୁହାଯାଇଛି ଯେ, ସମ୍ବିଧାନ ଅନୁସାରେ କେବଳ ପୂର୍ଣ୍ଣ ବାର୍ଷିକ ବଜେଟ ଏବଂ ଲେଖାନୁଦାନ ଉପସ୍ଥାପନ କରିବାର ପ୍ରାବଧାନ ରହିଛି ।

ଏହାସହ ଯାଚିକାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଲେଖାନୁଦାନ ନିର୍ବାଚନୀ ବର୍ଷରେ ସୀମିତ ଅବଧି ପାଇଁ ସରକାରୀ ଖର୍ଚ୍ଚକୁ ମଞ୍ଜୁରୀ ଦିଆଯାଇଥାଏ । ଲୋକସଭାରେ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ । ଯେଉଁଥିରେ ମଧ୍ୟମବର୍ଗ ଓ ଚାଷୀଙ୍କୁ ଖୁସି କରିବାକୁ ଅନେକ ଘୋଷଣା କରାଯାଇଛି । ୫ ଲକ୍ଷ ଆୟ ଉପରେ ଟିକସ ଛାଡ କରାଯାଇଛି । ବେତନଭୋଗୀ ଏବଂ କର୍ମଚାରୀଙ୍କ ପାଇଁ ବେଶ ଲାଭପ୍ରଦ ହେବ ବୋଲି କୁହାଯାଉଛି ।

Intro:Body:

ଅନ୍ତରୀଣ ବଜେଟକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା 

ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ ଏନଡିଏ ସରକାରଙ୍କ କାମଚଳା ବଜେଟକୁ ବିରୋଧ ।   ସଂସଦରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଯାଚିକା । ଶୁକ୍ରବାର ବଜେଟ ଉପସ୍ଥାପନର କେଇ ଘଣ୍ଟା ମଧ୍ୟରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଏହାକୁ ନାକଚ କରିବାକୁ ଆବେଦନ କରାଯାଇଛି । ଦାୟର ହୋଇଥିବା ଏହି ଯାଚିକାରେ ଅନ୍ତରୀଣ ବଜେଟ ସମ୍ବିଧାନରେ କୌଣସି ପ୍ରାବଧାନ ନ ଥିବା ଅଭିଯୋଗ କରାଯାଇଛି ।

ଅଧିବକ୍ତା ମନୋହର ଲାଲ ଶର୍ମାଙ୍କ ଦ୍ବାରା ଦାୟର କରାଯାଇଥିବା ଯାଚିକାରେ କୁହାଯାଇଛି ଯେ, ସମ୍ବିଧାନ ଅନୁସାରେ କେବଳ ପୂର୍ଣ୍ଣ ବାର୍ଷିକ ବଜେଟ ଏବଂ ଲେଖାନୁଦାନ ଉପସ୍ଥାପନ କରିବାର ପ୍ରାବଧାନ ରହିଛି ।

ଏହାସହ ଯାଚିକାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଲେଖାନୁଦାନ ନିର୍ବାଚନୀ ବର୍ଷରେ ସୀମିତ ଅବଧି ପାଇଁ ସରକାରୀ ଖର୍ଚ୍ଚକୁ ମଞ୍ଜୁରୀ ଦିଆଯାଇଥାଏ । ଲୋକସଭାରେ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ । ଯେଉଁଥିରେ ମଧ୍ୟମବର୍ଗ ଓ ଚାଷୀଙ୍କୁ ଖୁସି କରିବାକୁ ଅନେକ ଘୋଷଣା କରାଯାଇଛି । 

 ୫ ଲକ୍ଷ ଆୟ ଉପରେ ଟିକସ ଛାଡ କରାଯାଇଛି । ବେତନଭୋଗୀ ଏବଂ କର୍ମଚାରୀଙ୍କ ପାଇଁ ବେଶ ଲାଭପ୍ରଦ ହେବ ବୋଲି କୁହାଯାଉଛି । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.