ମୁମ୍ବାଇ: ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଏହାର ସଭାପତି ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିତ୍ବ ଲୋକଙ୍କୁ ଆକର୍ଷିତ କରିପାରୁନି ବୋଲି ଶିବସେନା କହିଛି ।
ଶିବସେନାର ସମ୍ପାଦକୀୟ ମୁଖପତ୍ର ‘ସାମନା’ରେ ରାହୁଲଙ୍କ ବ୍ୟକ୍ତିତ୍ବ ଲୋକଙ୍କୁ ପ୍ରଭାବିତ କରୁ ନ ଥିବା ଉଲ୍ଲେଖ ରହିଛି । ତାଙ୍କ ଭାଷଣ ପ୍ରଭାବଶାଳୀ ନୁହେଁ, କି ଭାଷଣରେ କୌଣସି ପ୍ରେରଣାଦାୟୀ ତଥ୍ୟ ନାହିଁ ଯାହା ଲୋକଙ୍କୁ ପ୍ରଭାବିତ କରିପାରିବ ବୋଲି ‘ସାମନା’ରେ ପ୍ରକାଶ ପାଇଛି । ଏହା ସହ କଂଗ୍ରେସରେ ନେତା ଥିଲେ ହେଁ ଦଳୀୟ କର୍ମୀଙ୍କ ଅଭାବ ରହିଥିବା ଏଥିରେ ଦର୍ଶାଯାଇଛି । ଏହା ହିଁ କଂଗ୍ରେସର ଲଜ୍ଜାଜନକ ପରାଜୟର କାରଣ ବୋଲି ଶିବସେନା କହିଛି ।