ETV Bharat / bharat

ଅତର ନଗରୀରେ ଖୋଲିବ ଅତର ବିଶ୍ବବିଦ୍ୟାଳୟ ! - କନୌଜ

ଉତ୍ତର ପ୍ରଦେଶର ଅତର ନଗରୀ କନୌଜରେ ଖୋଲିବ ଅତର ବିଶ୍ବବିଦ୍ୟାଳୟ । ତେବେ ଖୁବଶିଘ୍ର ଏହି ସହରରେ ପ୍ରଥମ ଅତର ବିଶ୍ବବିଦ୍ୟାଳୟ ଖୋଲିବା ନେଇ ସ୍ବୀକୃତି ମିଳିପାରେ ବୋଲି ଆଶା କରାଯାଉଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 28, 2019, 4:45 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅତର ନଗରୀ କନୌଜ ପ୍ରାଚୀନ କାଳରୁ ନିଜର ସୁଗନ୍ଧ ପାଇଁ ବିଖ୍ୟାତ ଅଟେ । ଏହି ସୁଗନ୍ଧ ନଗରୀର ଦେଶ ଓ ଦୁନିଆରେ କିଛି ଅଲଗା ପରିଚୟ ରହିଛି । ଏହି ପରିଚୟକୁ ଆଗକୁ ବଢାଇବା ପାଇଁ ବହୁତ ଦିନ ଧରି ଏଠାରେ ଏକ ଅତର ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଦାବି କରାଯାଉଛି । ତେବେ ଖୁବଶିଘ୍ର ଏହି ସହରରେ ପ୍ରଥମ ଅତର ବିଶ୍ବବିଦ୍ୟାଳୟ ଖୋଲିବା ନେଇ ସ୍ବୀକୃତି ମିଳିପାରେ ବୋଲି ଆଶା କରାଯାଉଛି । ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ପଠାଯାଇଛି ।

କନୌଜରେ ଅତର ପ୍ରସ୍ତୁତି

କେଉଁ ପୂରୁଣା କାଳରୁ ଚାଲିଆସୁଥିବା ପରମ୍ପରା ହିସାବରେ ଏବେବି ଏଠାରେ ଅତର ପ୍ରସ୍ତୁତ କରାଯାଉଛି । 1991ରୁ ସୁଗନ୍ଧ ଓ ସରସ ବିକାଶ କେନ୍ଦ୍ର ଏଫଏଫଡିସି ଜନପଦରେ ସଂଚାଳିତ ହେଉଛି । ଏହି ସଂସ୍ଥା ୟୁଏନଆଇଡିଓ, କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ ସ୍ଥାପିତ ହୋଇଛି । ଏଠାରେ ସମସ୍ତ ସୁଗନ୍ଧିତ ଗଛ, ଜୈବ ପ୍ରୌଧ୍ୟଗୀକ, ପ୍ରଶିକ୍ଷଣ ସମ୍ଭଦ୍ଧିତ କାର୍ଯ୍ୟ କରାଯାଇଥାଏ । ଏଫଏଫଡିସି ପ୍ରାୟ 26 ଏକର ମଧ୍ୟରେ ବ୍ୟାପିଛି ।

ଫ୍ରାନ୍ସର ଗ୍ରାସେ ଠାରୁ ଉନ୍ନତ ହେବ କନୌଜ ନଗରୀ

କନୌଜ ନଗରୀ ଭଳି ଫ୍ରାନ୍ସର ଗ୍ରାସେ ସହର ମଧ୍ୟ ବିଶ୍ବରେ ସୁଗନ୍ଧର ରାଜଧାନୀ ଭାବେ ବିଶ୍ବ ବିଖ୍ୟାତ । କିନ୍ତୁ ଗ୍ରାସେ ଅପକ୍ଷା କନୌଜରେ ଅତର ବିଶ୍ବବିଦ୍ୟାଳୟ ଖୋଲିବା ନେଇ ବେଶି ସମ୍ଭାବନା ୟୁପିର ଗ୍ରାସେରେ ରହିଛି । ଗ୍ରାସେ ଅପେକ୍ଷା କନୌଜର କ୍ଷେତ୍ରଫଳ ଅଧିକ ରହିଛି । ଗ୍ରାସେରେ କେବଳ ଏସନସିଆଲ ଅଏଲ ପ୍ରସ୍ତୁତ ହେଉଛି । ଆଉ କନୌଜରେ ଅତର, ଇତ୍ର ଓ ଅସନସିଆଲ ଅଏଲ ଭଳି 3 ପ୍ରକାର ସାମଗ୍ରୀ ପ୍ରସ୍ତୁତ ହେଉଛି । ବିଦେଶରେ ମଧ୍ୟ କନୌଜ ସହରରୁ କଞ୍ଚା ମାଲ କିଣାଯାଇ ନୂଆ ପ୍ରଣାଳୀ ବ୍ୟବହାର କରି ପ୍ରସ୍ତୁତ କରିଥାନ୍ତି । ଆଉ ଏହାକୁ ସାରା ଦୁନିଆରେ ବିକ୍ରି କରିଥାନ୍ତି । ଏଠାରେ ଯଦି ବିଶ୍ବବିଦ୍ୟାଳୟ ଖୋଲାଯାଏ ତେବେ ରିସର୍ଚ୍ଚ ଜରିଆରେ ନୂଆ ଟେକନିକ ପ୍ରୟୋଗ କରି ପ୍ରସ୍ତୁତ କଲେ ଅଧିକ ଫାଇଦା ହେବ । ଏଥିପାଇଁ ଫ୍ରାନ୍ସର ଗ୍ରାସେ ସହର ଠାରୁ କନୌଜରେ ଅତର ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଅଧିକ ସମ୍ଭାବନା ରହିଛି ।

କ'ଣ ହେବ ଲାଭ

ଅତର ବିଶ୍ବବିଦ୍ୟାଳୟ ଖୋଲିଲେ ଅତର ଉଦ୍ୟାୋଗଙ୍କ ସହିତ ଚାଷୀ ମାନଙ୍କୁ ମଧ୍ୟ ବେଶ ଲାଭ ମିଳିବ । ସେମାନଙ୍କର ରୋଜଗାର 2 ଗୁଣା ଅଧିକ ହେବ । ଏଫଏଫଡିସିର ବିଶ୍ବ ବିଦ୍ୟାଳୟ ଖୋଲିବା ଦ୍ବାରା ଟେକନିକ ଦ୍ବାରା ପ୍ରଶିକ୍ଷଣ କରାଯିବ । ନୂଆ ନୂଆ ରିସର୍ଚ୍ଚ କରାଯିବ ଯାହା ଏହାକୁ ବେଶ ଆଗକୁ ବଢିବାରେ ସାହାଯ୍ୟ କରିବ । ଅରୋମା ଇଣ୍ଡଷ୍ଟ୍ରୀ ସହ ଯୋଡି ହୋଇଥିବା ପ୍ରଶିକ୍ଷାର୍ଥୀଙ୍କୁ ଡିଗ୍ରୀ ମିଳିବ । ଏହାଦ୍ବାରା ରିସର୍ଚ୍ଚ ଡେଭଲପମେଣ୍ଟର କାମ କରାଯିବ । ଅରୋମା ସମ୍ଭନ୍ଦିତ ସେମିନାର ଓ ଓ୍ବାର୍କସପ କରାଯିବ । କୃଷକଙ୍କୁ ଅରୋମା ଇଣ୍ଡଷ୍ଟ୍ରୀ ସହ ଯୋଡି ହୋଇଥିବା ବିଷୟରେ ସୂଚନା ମିଳିବ । ଏହା ବ୍ୟତୀତ ପ୍ରଶିକ୍ଷଣ ପାଇଁ ସମୁଚିତ ସ୍ଥାନ ହେବ ଯେଉଁଠି ସମଗ୍ର ଦେଶର ଅତର ବ୍ୟବସ୍ଥା ସହ ଯୋଡି ହେବାର କେନ୍ଦ୍ର ବିନ୍ଦୁ ପାଲଟିବ ।

Intro:Body:

ghh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.