ETV Bharat / bharat

ପିଲାବେଳୁ ଉପଯୁକ୍ତ ଡାଏଟ ଯୁବାବସ୍ଥାରେ ଲାଭଦାୟୀ

author img

By

Published : Apr 29, 2020, 6:43 AM IST

ଉପଯୁକ୍ତ ଡାଏଟ ପାଉଥିବା ପିଲାମାନଙ୍କଠାରେ ଚତ୍ମକାର ପରିବର୍ତ୍ତନ ଦେଖାଯାଇଥିଲା । ସେମାନେ ମେଦ ବହୁଳତାକୁ ନିୟନ୍ତ୍ରଣ କରିବା ସହ ବ୍ଲଡ ପ୍ରେସର, ଇନସ୍ୟୁଲିନ, କୋଲେଷ୍ଟ୍ରଲକୁ ମଧ୍ୟ କଣ୍ଟ୍ରୋଲରେ ରଖିଥିଲେ । ଅଧିକ ପଢନ୍ତୁ...

ପିଲାବେଳୁ ଉପଯୁକ୍ତ ଡାଏଟ ଯୁବାବସ୍ଥାରେ ଲାଭଦାୟୀ
ପିଲାବେଳୁ ଉପଯୁକ୍ତ ଡାଏଟ ଯୁବାବସ୍ଥାରେ ଲାଭଦାୟୀ

ୱାଶିଂଟନ: ଆଧୁନିକ ଯୁବପିଢିଙ୍କ ଲାଇଫଷ୍ଟାଇଲ ହିଁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାର ଅନେକ କାରଣ । ବିଭିନ୍ନ କୁଅଭ୍ୟାସର ଶିକାର ସହ ବେପାରୁଆ ଜୀବନଶୈଳୀ ବିଭିନ୍ନ ରୋଗକୁ ଡାକିଥାଏ । ବର୍ତ୍ତମାନର ଯୁବପିଢିଙ୍କୁ ଅଧିକ ମାତ୍ରାରେ ଡାଏବେଟିସ, ହାର୍ଟ ଆଟାକ, ଡିପ୍ରେସନ, ଗ୍ୟାସଷ୍ଟିକ ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଯଦି କୌଣସି ବ୍ୟକ୍ତିବିଶେଷ ପିଲାବେଳୁ ଉପଯୁକ୍ତ ଖାଦ୍ୟ ଗ୍ରହଣ କରିଥାଏ ତେବେ ଯୁବାବସ୍ଥାରେ ହୃଦୟଜନିତ ରୋଗରେ ସେ କମ ପଡିଥାଏ ।

ଏନେଇ ଟୂର୍କୁର 1116 ଜଣ ପିଲା ଓ ସେମାନଙ୍କ ପରିବାର ଉପରେ ଏକ ଗବେଷଣା କରାଯାଇଥିଲା । ପିଲାମାନେ 7 ବର୍ଷର ଥିବାବେଳୁ ଏହି ରିସର୍ଚ୍ଚ ଆରମ୍ଭ ହୋଇଥିଲା । 13 ବର୍ଷ ଧରି ଏହି ରିସର୍ଚ୍ଚ ଚାଲିଥିଲା । ପିଲାମାନେ 20 ବର୍ଷ ହେବା ପରେ ଏହାର ଫଳାଫଳ ଲାନସେଣ୍ଟ ଚାଇଲଡ ଓ ଏଡୋଲେସ୍କାଣ୍ଟ ହେଲଥ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା । ପିଲାଙ୍କୁ 2ଟି ଗ୍ରୁପରେ ବିଭକ୍ତ କରାଯାଇଥିଲା । ପ୍ରଥମ ଗ୍ରୁପକୁ ସବୁଦିନ ଉପଯୁକ୍ତ ଡାଏଟ ପ୍ରଦାନ କରାଯାଇଥିଲା । ଦ୍ବିତୀୟ ଗ୍ରୁପକୁ ସାଧାରଣ ଖାଦ୍ୟ ପ୍ରଦାନ କରାଯାଇଥିଲା ।

ଏହି ପରୀକ୍ଷାର ଫଳ ଅନୁସାରେ ଉପଯୁକ୍ତ ଡାଏଟ ପାଉଥିବା ପିଲାମାନଙ୍କଠାରେ ଚତ୍ମକାର ପରିବର୍ତ୍ତନ ଦେଖାଯାଇଥିଲା । ସେମାନେ ମେଦ ବହୁଳତାକୁ ନିୟନ୍ତ୍ରଣ କରିବା ସହ ବ୍ଲଡ ପ୍ରେସର, ଇନସ୍ୟୁଲିନ, କୋଲେଷ୍ଟ୍ରଲକୁ ମଧ୍ୟ କଣ୍ଟ୍ରୋଲରେ ରଖିଥିଲେ । ଏମାନଙ୍କ ମଧ୍ୟରେ ହୃଦୟଜନିତ ରୋଗ କମ ଦେଖାଯାଇଥିଲା । ଭବିଷ୍ୟତରେ ମଧ୍ୟ ହାର୍ଟ ଆଟାକ ଭଳି ଆଶଙ୍କା ଏମାନଙ୍କଠାରେ କମ ରହିଥିବା ରିସର୍ଚ୍ଚର କହିଥିଲେ ।

ସେହିପରି ସାଧାରଣ ଖାଦ୍ୟ ଖାଉଥିବା ପିଲାମାନେ ମେଦ ବହୁଳତାର ଶିକାର ହେବ ସହ ଅନେକ ହାର୍ଟ ରୋଗରେ ପୀଡିତ ଥିଲେ । ରିସର୍ଚ୍ଚରମାନେ କହିଥିଲେ ଯେ ପିଲାବେଳୁ ଉପଯୁକ୍ତ ଡାଏଟ ଶରୀରରେ ଏକ ନିର୍ଦ୍ଦଷ୍ଟ ପଦ୍ଧତି ତିଆରି କରିଥାଏ । ଏହା ଆମ ହଜମ ପ୍ରକ୍ରିୟାକୁ ଏକ ରେଗୁଲାର ଧାରାରେ ପରିବର୍ତ୍ତନ କରିଥାଏ । ଫଳରେ ଭବିଷ୍ୟତରେ ଆମେ କୌଣସି ତେଲ, ମସଲା ଖାଦ୍ୟ ଅଧିକ ଖାଇଲେ ବି ଏହା ଶିଘ୍ର ହଜମ କରାଇବାରେ ସହାୟକ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.