ନୂଆଦିଲ୍ଲୀ: ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ମତ ରଖିଥିବା ମହିଳା ସାମାଜିକ କର୍ମୀଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନ । ଅୟପ୍ପା ସ୍ବାମୀଙ୍କ ଦର୍ଶନ କରିବାକୁ ଚାହିଁଥିବା ମହିଳା ନାସ୍ତିକ ଏବଂ ଅର୍ବାନ ନକ୍ସଲ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ସାବରିମାଳାରେ ମହିଳାଙ୍କ ପ୍ରବେଶ ଉପରେ ମତ ରଖି କେନ୍ଦ୍ରମନ୍ତ୍ରୀ ମରଲୀଧନ କହିଛନ୍ତି ଯେ, ଯେଉଁମାନେ ମନ୍ଦିର ଯିବା କଥା କହୁଛନ୍ତି ସେମାନେ ଜଣେ ଜଣେ ନାସ୍ତିକ ଏବଂ ପ୍ରକୃତ ଶ୍ରଦ୍ଧାଳୁ ନୁହଁନ୍ତି । କେବଳ ଦର୍ଶନ କରିବା ପାଇଁ ନାମକୁ ମାତ୍ର କହୁଛନ୍ତି । ଆଉ ଯେଉଁମାନେ କହୁଛନ୍ତି କି ଆମେ ସାବରିମାଳା ମନ୍ଦିର ଭିତରକୁ ଯାଇଛୁ, ସେମାନଙ୍କର ଭଲ ଭାବରେ ଯାଞ୍ଚ କରାଯିବା ଦରକାର ।
ଗତ 16 ତାରିଖରୁ 41 ଦିନିଆ ବାର୍ଷିକ ତୀର୍ଥଯାତ୍ରାର ଦର୍ଶନ ପାଇଁ ଖୋଲିଛି କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର । ପୂଜକ କନ୍ଦାରୁ ମହେଶ ମହରରାରୁ ମନ୍ଦିର ଖୋଲିବା ସହ ପ୍ରଥମେ ଅୟପ୍ପା ସ୍ବାମୀଙ୍କ ପୂଜାର୍ଚ୍ଚନା କରିଥିଲେ । ସାବରିମାଳା ମନ୍ଦିର ସହ ଜଡିତ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ମଧ୍ୟ ମହିଳାଙ୍କୁ ଦର୍ଶନ ପାଇଁ ଅନୁମତି ମିଳିନାହିଁ ।