ETV Bharat / bharat

'ଦିଲ୍ଲୀବାସୀ ପରିବର୍ତ୍ତନ ସରକାର ଚାହୁଁଛନ୍ତି'

ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏବେ ଅପେକ୍ଷା 11 ତାରିଖକୁ । ନିର୍ଦ୍ଧାରଣ ତିନି ଦଳର ଭାଗ୍ୟ । ମାତ୍ର କିଛି ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବୟାନ ଏବେ ବେଶ ଚର୍ଚ୍ଚାରେ । ଅଧିକ ଖବର ପଢନ୍ତୁ...

'ଦିଲ୍ଲୀବାସୀ ପରିବର୍ତ୍ତନ ସରକାର ଚାହୁଁଛନ୍ତି'
'ଦିଲ୍ଲୀବାସୀ ପରିବର୍ତ୍ତନ ସରକାର ଚାହୁଁଛନ୍ତି'
author img

By

Published : Feb 9, 2020, 10:32 AM IST

ନୂଆଦିଲ୍ଲୀ: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏବେ ଅପେକ୍ଷା 11 ତାରିଖକୁ । ନିର୍ଦ୍ଧାରଣ ତିନି ଦଳର ଭାଗ୍ୟ । ଦିଲ୍ଲୀ କିଏ ଦଖଲ କରିବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ ପୋଲ ଅନୁସାରେ ଦିଲ୍ଲୀବାସୀଙ୍କ ଦିଲ୍ ପୁଣିଥରେ ଜିତିପାରେ ଆପ୍ । ମାତ୍ର ଆପକୁ କଡ୍ଡା ଟକ୍କର ଦେଉଥିବା ବିଜେପି ଦ୍ବିତୀୟ ସ୍ଥାନକୁ ଆସିବା ସମ୍ଭାବନା ବି ଦେଖିବାକୁ ମିଳିଛି । ସେପଟେ ଏକଜିଟ ପୋଲ ଅନୁସାରେ କଂଗ୍ରେସ ପୁରା ସତ୍ତା ହରାଇବା କୁହାଯାଉଛି । ତେବେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବୟାନ ଏବେ ବେଶ ଚର୍ଚ୍ଚାରେ ।

ସେ କହିଛନ୍ତି ଯେ, ଦିଲ୍ଲୀବାସୀ ଏବେ ପରିବର୍ତ୍ତନ ସରକାର ଚାହୁଁଛନ୍ତି । କାରଣ ଦିଲ୍ଲୀର କେଜ୍ରିୱାଲ ସରକାର ଜନତାଙ୍କ ଦାବି ପୂରଣ କରିବାରେ ବିଫଳ ହୋଇଛନ୍ତି । କେବଳ ଘର କି କ୍ଲିନିକ କରି ଦିଲ୍ଲୀ ବାସୀଙ୍କ ମନ ଜିଣିବା ପ୍ରଜୁଯ୍ୟ ନୁହେଁ ବୋଲି ସେ କହିଛନ୍ତି ।

ଦିଲ୍ଲୀ ସରକାର ଏଠାରେ କେବଳ ପ୍ରାଥମିକ ଶିକ୍ଷା ଉପରେ ଅଧିକ ଫୋକସ କରୁଛନ୍ତି ମାତ୍ର ତାହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି । ଉଚ୍ଚ ଶିକ୍ଷା ଉପରେ ସରକାର ବିଶେଷ ଧ୍ୟାନ ଦେବାକୁ ସେ କହିଛନ୍ତି । ମାତ୍ର ତାହା କରିନାହାଁନ୍ତି ସରକାର । ଯେଉଁଥିପାଇଁ ସରକାର ବଦଳାଇ ଏକ ନୂଆ ସରକାର ଗଠନ କରିବାକୁ ଦିଲ୍ଲୀବାସୀ ମନସ୍ଥ କରିଛନ୍ତି ବୋଲି ଜେଜେପି ନେତା ଦୁଶ୍ୟନ୍ତ ଚୌଟାଲା କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନର 70 ଟି ଆସନ ପାଇଁ ମତଦାନ କରିଛନ୍ତି ଦିଲ୍ଲୀବାସୀ । ତେବେ ପ୍ରକୃତରେ ଜନତା କାହାକୁ ନିଜ ଜନପ୍ରତିନିଧି ଭାବେ ଭାବୁଛନ୍ତି ତାହା ଆସନ୍ତା 11 ତାରିଖରେ ଜଣାପଡିବ ।

ANI ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.