ଚଣ୍ଡିଗଡ: ଆଜି ଲକଡାଉନର 16 ଦିନ । ହରିୟାଣାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 153ରେ ପହଞ୍ଚିଲାଣି । ସେପଟେ ସୁସ୍ଥ ହୋଇ ଫେରୁଥିବା ଲୋକେ ପୁଣି ଥରେ ଅସୁସ୍ଥତା ଅନୁଭବ କରୁଥିବା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଏପଟେ ପୁଣି ମୁଣ୍ଡ ବ୍ୟଥାର କାରଣ ପାଲଟିଛି ଜନଧନ ଯୋଜନାରେ ଆସିଥିବା ଟଙ୍କା ।
ସୂଚନାନୁଯାୟୀ, ଏବେ ଜନଧନ ଯୋଜନାରେ ପ୍ରତ୍ୟେକଙ୍କ ଖାତାରେ 500 ଟଙ୍କା ଲେଖାଏ ଆସିଛି । ଯାହାକୁ ନେବା ପାଇଁ ହରିୟାଣାର ପାନିପଥରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଗରେ ଲୋକଙ୍କ ଗହଳି ଲାଗିଥିବା ଦେଖିବାକୁ ମିଳିଥିବା । ପୋଲିସ ସେମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିବା ସତ୍ତ୍ବେ ବି ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ଯାହା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପଡିଛି ।
ତେବେ ଲାଇନରେ ଛିଡା ହୋଇଥିବା ଲୋକମାନେ ମୁହଁରେ ମାସ୍କ ଓ, କପଡା ତ ବାନ୍ଧିଛନ୍ତି ସତ, କିନ୍ତୁ ସାମାଜିକ ଦୂରତା ଦେଖିବାକୁ ମିଳିନଥିଲା । ଆଉ ଏହି ବାବଦରେ ଜଣେ ମହିଳାଙ୍କୁ ପଚାର ଯିବାରୁ ସେ କହିଛନ୍ତି ଯେ ପ୍ରାଧାନମନ୍ତ୍ରୀ ଖାତାରେ 500 ଟଙ୍କା ଦେଇଛନ୍ତି । ଯଦି ଏହାକୁ ନଉଠାଇବୁ ତେବେ ଏହା ପୁଣି ପଳେଇବ । ଯେତେବେଳେ କି ଏହା ସମ୍ପୂର୍ଣ୍ଣ ଭାବରେ ଗୁଜବ ।