ହାଇଦ୍ରାବାଦ: ଲକଡାଉନ ଯୋଗୁଁ ଲୋକେ ଘରେ ସମୟ କାଟୁଛନ୍ତି । ଏହାସହ ଅନେକ ଲୋକେ ଅଧିକ ବହିପଢାରେ ସମୟ ବିତାଉଛନ୍ତି । ପ୍ରସିଦ୍ଧ ଲେଖକଙ୍କ ଉପନ୍ୟାସ ସହ ମଜାଦାର କାହାଣୀ ଓ କମିକ୍ସ ପଢି ସମୟ କଟିଯାଉଛି । ତେବେ ଆମେ ଆପଣଙ୍କୁ ଏକ ନୂଆ ଟିପ୍ସ ଦେବୁ ଯାହା ଫଳରେ କେବଳ ବହି ନପଢି ଆପଣ ଏହାକୁ ଲାଇବ୍ରେରୀ ମଧ୍ୟ ବନାଇପାରିବେ ।
ଏହାଦ୍ବାରା ଆପଣଙ୍କୁ ହୁଏତ କୌଣସି ଆର୍ଥିକ ଫାଇଦା ନହୋଇପାରେ କିନ୍ତୁ ଏପରି କରିବା ଫଳରେ ଆପଣଙ୍କ ଜ୍ଞାନ ବଢିବା ସହ ଆପଣଙ୍କୁ ଖୁସି ମଧ୍ୟ ଲାଗିବ। ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଏହାକୁ ଦେଖିବେ ଖୁବ ଭଲ ଲାଗିବ । ତେବେ ଆପଣଙ୍କ ପାଖରେ ନିଶ୍ଚୟ ପୂର୍ବରୁ ଅନେକ ବହିଥିବ। ପାଠ ଅବା ସାଧାରଣ ଜ୍ଞାନ କିମ୍ବା କୌଣସି ଜର୍ଣ୍ଣାଲ। ସମସ୍ତ ପ୍ରକାର ବହି ଆପଣ ସଂଗ୍ରହ କରିଥିବେ ନିଶ୍ଚୟ ।
ତେବେ ଏହି ବହି ଏବେ ଆପଣ ଖାଲି ସମୟରେ ନିଶ୍ଚୟ ପଢୁଥିବେ । ଏହାସହ ଏସବୁକୁ ସଜାଇ ରଖନ୍ତୁ । କାରଣ ପରବର୍ତ୍ତୀ ସମୟରେ ଏହା ଆପଣଙ୍କ ପିଲାଙ୍କ ପାଇଁ କାମରେ ଆସିବ । ଏପରିକି ଆପଣ ଚାହିଁଲେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ । ଫଳରେ ଆପଣଙ୍କର ଏହି ଛୋଟ ଲାଇବ୍ରେରୀ ନିଶ୍ଚୟ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବ । ଆପଣଙ୍କ କାମରେ ପିଲା ମଧ୍ୟ ସାହାଯ୍ୟ କରିବେ । ସେମାନେ ଆପଣଙ୍କଠାରୁ ବହି ସଜାଇ ରଖିବାର ଏକ ଶିକ୍ଷା ପାଇବେ ।
ଏକ ରିସର୍ଚ୍ଚ ଅନୁସାରେ ଏବେ ଲୋକେ ଅଧିକ ସମୟ ବହିପଢାରେ କାଟୁଛନ୍ତି । ପ୍ରାୟ 200 ପ୍ରତିଶତ ଲୋକ ଘରେ ବିଭିନ୍ନ ବହି ଓ ଉପନ୍ୟାସ ପଢୁଛନ୍ତି । 110 ପ୍ରତିଶତ ଲୋକ ଗେମିଂ ଆପ୍ ଓ 60 ପ୍ରତିଶତ ଭିଡିଓ ଏବଂ ଇମେଜ ଏଡିଟରେ ସମୟ କାଟୁଛନ୍ତି । ମାତ୍ର 37 ପ୍ରତିଶତ ଇଣ୍ଟରନେଟ ସର୍ଚ୍ଚ କରୁଛନ୍ତି ଯାହା ଆଶ୍ଚର୍ଯ୍ୟକର । ସେହିପରି ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀ ବହି ଓ କମିକ୍ସକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ବିଶ୍ବର ବଡ ବଡ ଇଣ୍ଟରନେଟ ବ୍ରାଉଜରରେ ଲୋକଙ୍କ କାର୍ଯ୍ୟକଳାପ କମିବାରେ ଲାଗିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।