ETV Bharat / bharat

‘ଓଁ କୋରୋନା ସ୍ବାହା’! ଯଜ୍ଞ ପରେ କ୍ବାରେଣ୍ଟାଇନରୁ ଫେରିଲେ ଶ୍ରମିକ

ଲକଡାଉନ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଗାଁର 14 ଶ୍ରମିକ ଫେରିଆସିଥିଲେ । ତେବେ ସମସ୍ତଙ୍କୁ ଗାଁରେ ପ୍ରବେଶ ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଭାବେ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଅଧିକ ପଢ଼ନ୍ତୁ...

author img

By

Published : Apr 15, 2020, 1:19 AM IST

‘ଓଁ କୋରୋନା ସ୍ବାହା’! ଯଜ୍ଞ ପରେ କ୍ବାରେଣ୍ଟାଇନରୁ ଫେରିଲେ ଶ୍ରମିକ
‘ଓଁ କୋରୋନା ସ୍ବାହା’! ଯଜ୍ଞ ପରେ କ୍ବାରେଣ୍ଟାଇନରୁ ଫେରିଲେ ଶ୍ରମିକ

ହମିରପୁର: କ୍ବାରେଣ୍ଟାଇନ ସେଣ୍ଟରରେ କୋରୋନା ସ୍ବାହା ଯଜ୍ଞ କରି କୋଭିଡ-19କୁ ସ୍ବାହା କରିଦେଲେ ଶ୍ରମିକ । 14 ଦିନ ଲଢେଇ କରି ଏଥିରୁ ମୁକ୍ତ ହୋଇଥିବାରୁ ଏପରି ନିଆରା ପଦକ୍ଷେପ ପରେ ଘରକୁ ଫେରିଥିଲେ 14 ଶ୍ରମିକ ।

ଘଟଣାଟି ହିମାଚଳ ପ୍ରଦେଶ ହମିରପୁର ଜିଲ୍ଲାରେ ଘଟିଛି । ଲକଡାଉନ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଗାଁର 14 ଶ୍ରମିକ ଫେରି ଆସିଥିଲେ । ତେବେ ସମସ୍ତଙ୍କୁ ଗାଁରେ ପ୍ରବେଶ ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଭାବେ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ସଦର କୋତୱାଲୀ ଅଞ୍ଚଳର ବଡା ଗାଁର ସରକାରୀ ପ୍ରାଇମେରୀ ସ୍କୁଲର କ୍ବାରେଣ୍ଟାଇନ ସେଣ୍ଟରରେ ଏହି 14 ଜଣଙ୍କୁ 14 ଦିନ ପାଇଁ ରଖାଯାଇଥିଲା । ତେବେ ମଙ୍ଗଳବାର ସେମାନଙ୍କ କ୍ବାରେଣ୍ଟାଇନ ଅବଧି ଶେଷ ହୋଇଥିଲା ।

ସ୍ବାସ୍ଥ୍ୟ ବିଭାଗର ପରୀକ୍ଷା ପରେ ଏମାନେ ସମସ୍ତେ କୋରୋନା ମୁକ୍ତ ଥିବା ଜଣାପଡିଥିଲା । ପରେ ଏମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିଲା । ତେବେ ଏହା ପୂର୍ବରୁ ଗାଁ ମୁଖିଆ ଜୟନାରାୟଣ ଯାଦବ ଏକ ଯଜ୍ଞର ଆୟୋଜନ କରିଥିଲେ । ଏଥିରେ ସମସ୍ତେ ସୋସିଆଲ ଦୂରତା ସଠିକ ଭାବେ ପାଳନ କରିଥିବାରୁ ସେମାନଙ୍କୁ ପ୍ରଶଂସା କରାଯାଇଥିଲା । ଏହାସହ କୋରୋନା ମୁକ୍ତ ହୋଇଥିବାରୁ ଏକ ଯଜ୍ଞ ଆୟୋଜନ କରି ସେଥିରେ କୋରୋନାର ସମସ୍ତ ଭୂତାଣୁକୁ ସ୍ବାହା କରିଦେବାକୁ ମୁଖିଆ ସମସ୍ତଙ୍କୁ କହିଥିଲେ । ସେ ନିଜେ ଏହାର ପ୍ରସ୍ତୁତି କରିବା ସହ ଶ୍ରମିକଙ୍କୁ ଯଜ୍ଞରେ ଆହୁତି ଦେବାକୁ କହିଥିଲେ । ପରେ ସମସ୍ତ ଶ୍ରମିକ ଓଁ କୋରୋନା ସ୍ବାହା ଉଚ୍ଚାରଣ କରି ଯଜ୍ଞରେ ଆହୁତି ପରେ ଗାଁକୁ ଫେରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.