ETV Bharat / bharat

କର୍ଣ୍ଣାଟକରେ ପୋଲିସ ଉପରକୁ ପଥର ମାଡ - coronavirus lockdown

କର୍ଣ୍ଣାଟକରେ ପୋଲିସ ଉପରକୁ ପଥର ମାଡ । ଲୋକଙ୍କୁ ସତର୍କ କରିବାକୁ ଆସି ପଥର ମାଡ ଖାଇଲେ ପୋଲିସ । ଅଧିକ ପଢନ୍ତୁ...

people pelted stone on police in karnataka
କର୍ଣ୍ଣାଟକରେ ପୋଲିସ ଉପରକୁ ପଥର ମାଡ
author img

By

Published : Apr 3, 2020, 11:13 PM IST

ବେଙ୍ଗାଲୁରୁ: କୋରୋନା ଯୋଗୁଁ ସାରା ଦେଶ ଲକଡାଉନ । ଏଭଳି ସ୍ଥିତିରେ ନିଜ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ପୋଲିସକର୍ମୀ । କିନ୍ତୁ କର୍ଣ୍ଣାଟକରେ ପୋଲିସକର୍ମୀଙ୍କୁ ପଥର ଫିଙ୍ଗି ଆକ୍ରମଣ କରିଛନ୍ତି କିଛି ଲୋକ । ଆକ୍ରମଣ କରିବାର କାରଣ ହେଲା ହୁବଲି ମନ୍ତୁର ଅଞ୍ଚଳରେ କିଛି ଲୋକ ଏକାଠି ହୋଇ ମସଜିଦରେ ଶୁକ୍ରବାର ପ୍ରାର୍ଥନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା ।

ସୂଚନା ଅନୁସାରେ ମସଜିଦରେ ନମାଜ ପାଠ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ କର୍ମୀ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ଘରେ ରହିବାକୁ କହିବା ସହ ମସଜିଦ ନଆସିବାକୁ କହିଥଲେ । କିନ୍ତୁ ଏହାକୁ ଗ୍ରହଣ ନକରି ପୋଲିସ ଉପରକୁ ପାଲଟା ପଥର ଫିଙ୍ଗିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଆର ଦିଲ୍ଲୀପ ।

ଏହି ଘଟଣାରେ 4 ପୋଲିସକର୍ମୀ ଆହତ ହୋଇଥିଲେ । ଘଟଣାରେ ଲିପ୍ତ ଲୋକଙ୍କ ଉପରେ ଯଥାଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.