ETV Bharat / bharat

ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ହେବ ‘ଚମତ୍କାର’: ରଜନୀକାନ୍ତ

2021 ବିଧାନସଭା ନିର୍ବାଚନରେ କିଛି ଆଶ୍ଚର୍ଯ୍ୟ ଚକିତ କରିଲା ଭଳି ହେବାକୁ ଯାଉଛି ବୋଲି କହିଛନ୍ତି ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତ । ଅଧିକ ପଢନ୍ତୁ...

author img

By

Published : Nov 21, 2019, 9:09 PM IST

ଡିଜାଇନ ଫଟୋ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଆଗକୁ ଦେଖିବାକୁ ମିଳିବ ରଜନୀକାନ୍ତଙ୍କ ଚମତ୍କାର । ଏନେଇ ସବୁଜ ସଙ୍କେତ ଦେଇଛନ୍ତି ନିଜେ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତ । 2021 ବିଧାନସଭା ନିର୍ବାଚନରେ କିଛି ଆଶ୍ଚର୍ଯ୍ୟ ଚକିତ କରିଲା ଭଳି ହେବାକୁ ଯାଉଛି ବୋଲି ସେ କହିଛନ୍ତି । କିଛିଦିନ ତଳେ ମକ୍କଲ ନିଧି ମୟମ (ଏମଏନ୍‌ଏମ୍‌)ର ମୁଖ୍ୟ ତଥା ସାଉଥ ସୁପରଷ୍ଟାର କମଲ ହାସନଙ୍କ ଏକାଠି ମିଶି ତାମିଲନାଡୁ ବିକାଶ ପାଇଁ ପ୍ରସ୍ତାବକୁ ସେ ସମ୍ମତି ଦେଇଥିଲେ ।

Rajinikanth statement about assembly election
ଫଟୋ ସୌଜନ୍ୟ: ଏଏନଆଇ

ଗୁରୁବାର ଏକ ପ୍ରେସ ମିଟ୍‌ରେ ସେ କମଲ ହାସନଙ୍କ ସହ ମେଣ୍ଟ ଓ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିର୍ବାଚନ ସମୟରେ ନିର୍ଣ୍ଣୟ କରାଯିବ ବୋଲି କହିଛନ୍ତି । ଏହାସହ ଆଗାମୀ 2021 ନିର୍ବାଚନରେ ମୁଖ୍ୟ ଭୂମିକାରେ ମୈଦାନକୁ ଓହ୍ଲାଇବା ପାଇଁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, 2021ରେ ତାମିଲନାଡୁ ଜନସାଧାରଣ ଶତ ପ୍ରତିଶତ ଏକ ବଡ ଧରଣର ଚମତ୍କାର କରିବା ସହ ରାଜନୀତିର ସମସ୍ତ ଚକିତ ହୋଇଯିବେ ବୋଲି ସେ କହିଛନ୍ତି ।

ରଜନୀଙ୍କ ଏହି ‘ଚମତ୍କାର’ ବୟାନକୁ ନେଇ ଜବାବ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ । ଆଗାମୀ 2021 ନିର୍ବାଚନରେ ତୃତୀୟ ଥର ପାଇଁ ତାଙ୍କ ଦଳ AIADMK ରାଜ୍ୟରେ ସରକାର ଗଢିବ ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.