ହାଇଦ୍ରାବାଦ: ଅଯୋଧ୍ୟାର ରାମ ଜନ୍ମଭୂମିକୁ ନେଇ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ସୁରକ୍ଷିତ ରଖି ସାରିଛନ୍ତି । ଅଯୋଧ୍ୟାଠୁ ଅନେକ ଦୂର ନେପାଳରେ ଥିବା ମାତା ସୀତାଙ୍କ ବାପଘର ଜନକପୁରର ଲୋକ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଉତ୍କଣ୍ଠାର ସହ ଅପେକ୍ଷେ କରି ବସିଛନ୍ତି ।
ନେପାଳର ଲୋକେ ରାଜା ଜନକଙ୍କ କନ୍ୟା ସୀତାଙ୍କୁ କିଶୋରୀ ମଧ୍ୟ ଡାକନ୍ତି । ଜାନକପୁର ଧାମ ଭଳି ଅଯୋଧ୍ୟାରେ ମଧ୍ୟ ଭବ୍ୟ ରାମ ମନ୍ଦିରର ନିର୍ମାଣ ହେଉ ବୋଲି ସେମାନେ ଚାହାନ୍ତି । ପ୍ରଭୁ ରାମ ଜନକପୁରର ଜ୍ବାଇଁ ହୋଇଥିବା ବେଳେ ଯେବେ ଯାଏ ତାଙ୍କୁ ଉଚିତ ସ୍ଥାନ ମିଳିନାହିଁ ସେବେ ଯାଏଁ କିପରି ଖୁସି ରହିବୁ ବୋଲି ଜନକପୁର ମନ୍ଦିରର ମହନ୍ତ ରାମ ରୋଶନଦାସ କହିଛନ୍ତି ।
ଯେଉଁ ଭଗବାନ ରାମଙ୍କ ଆଦର୍ଶର ଅନୁକରଣ କରି ଲୋକେ ନିଜ ଜୀବନ ପଥରେ ଚାଲିଥାନ୍ତି, ସେହି ରାମ ଆଜି ଟେଣ୍ଟରେ ରହୁଥିବା ରୋଶନ କହିଛନ୍ତି । ରାଜମହଲରେ ରହୁଥିବା ସୀତାଙ୍କ ପାଇଁ କୌଣସି ଘର ନଥିବାରୁ ଜନକପୁରବାସୀ ଦୁଖୀ ଥିବା କଥା ରୋଶନ କହିଛନ୍ତି ।
ଜନକପୁର ସେହି ସ୍ଥାନ ଯେଉଁଠି ମାତା ସୀତାଙ୍କର ପିଲା ଦିନ କଟିଛି । ଏହା ସେହି ସ୍ଥାନ ଯେଉଁଠି ସ୍ବୟଂବର ହୋଇଥିଲା ଓ ରାମ ସୀତା ପରସ୍ପରଙ୍କୁ ପାଇଥିଲେ । ବିହାର ସୀମାରୁ 20 କିଲୋମିଟର ଓ ମାତା ସୀତାଙ୍କ ପ୍ରକଟ ସ୍ଥାନ ସୀତୀମଢୀରୁ 60 କିଲୋମିଟର ଦୂର ଜନକପୁର ବାସୀ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।