ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂତନ ଟ୍ରାଫିକ ନିୟମ ପାଇଁ ଗାଡି ଚାଳକମାନେ ଭୟଭୀତ ହେଉଥିବାର ଦେଖିବାକୁ ମିଳୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ବହୁ ମଜାଳିଆ ମିମି କରାଯାଉଛି ।

ତେବେ ଏହି ନିୟମ ଲାଗୁ ହେବା ପରେ କିଏ କାର ମଧ୍ୟରେ ହେଲମେଟ୍ ପିନ୍ଧୁଥିବାର ଦେଖିବାକୁ ମିଳୁଛି ତ ଆଉ କିଏ କୁକୁରକୁ ହେଲମେଟ୍ ପିନ୍ଧାଇ ନେଉଥିବା ଦେଖିବାକୁ ମିଳୁଛି ।

ତେବେ ୟା ମଧ୍ୟରେ ଜଣେ ସୋସିଆଲ ମିଡିଆ ୟୁଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖାଥିଲା- ୟେ ଚାଲାନ୍ କାଟନେ କା ଡରକା ନତିଜା ହୈ ।
ସେହିପରି ଆଉ ଜଣେ ୟୁଜର ଏକ ମିମି ସେୟାର କରିଥିଲେ । ଯେଉଁଥିରେ ଲେଖା ଥିଲା, ଚାଲାନ୍ ତୋ ଦେନା ହୋଗା ।