ETV Bharat / bharat

ସହି ହେଉନି କୋରୋନା କଟକଣା, କୋହଳ ଦାବିରେ ରାସ୍ତାରେ ଲୋକେ - ରାସ୍ତାକୁ ଓହ୍ଲାଇଲେ ଶହ ଶହ ଲୋକ

କୋରୋନା କଟକଣାରେ ଅତିଷ୍ଠ ହୋଇପଡିଛି ଜନଜୀବନ । କଟକଣା କୋହଳ ହେବା ବଦଳରେ ଆହୁରି କଡାକଡି କରାଯାଉଛି । ଯାହାକୁ ଆଜି ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ଶହ ଶହ ଲୋକେ । ଅଧିକ ପଢନ୍ତୁ...

ଲକଡାଉନ କଟକଣା କୋହଳ କରିବାକୁ ଦାବି
ଲକଡାଉନ କଟକଣା କୋହଳ କରିବାକୁ ଦାବି
author img

By

Published : May 4, 2020, 8:44 AM IST

Updated : May 4, 2020, 9:21 AM IST

ମଦୁରାଇ: ସଂକ୍ରମଣ ଠାରୁ ଅଧିକ ଭୟଙ୍କର ହୋଇଉଠିଛି କୋରୋନା କଟକଣା । ରାସ୍ତାକୁ ଓହ୍ଲାଇଲେ ଶହ ଶହ ଲୋକେ । ଲକଡାଉନ କୋହଳ ହେବା ପରିବର୍ତ୍ତେ କଟକଣାକୁ ବୃଦ୍ଧି କରାଯାଉଛି । ଅତିଷ୍ଠ ହୋଇପଡିଛି ଜନଜୀବନ । ଫଳରେ ଆଜି ତାମିଲନାଡୁର ମଦୁରାଇ ଅଞ୍ଚଳବାସୀ ସାଉଥ ଭେଲି ରୋଡରେ ବିରୋଧ ପ୍ରଦର୍ଶନ କରିଥିଲେ ।

ସହି ହେଉନି କୋରୋନା କଟକଣା । ବନ୍ଦ ରୋଜଗାରର ବାଟ । ଠପ ହୋଇପଡିଛି ସ୍ବାଭାବିକ ଜୀବନ । ଆଗାମୀ ଦିନରେ ସଂକ୍ରମଣ ନୁହେଁ ଭୋକରେ ମରିବାର ଡର ଡରେଲାଣି । ତେଣୁ ତୁରନ୍ତ ସରକାର ଟକଣାକୁ କୋହଳ କରିବାକୁ ଦାବି କରିଛନ୍ତି ଏମାନେ । ସେପଟେ ଦୀର୍ଘ ସମୟ ଧରି ବିରୋଧ ପ୍ରଦର୍ଶନ କରିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସମସ୍ତଙ୍କୁ ବୁଝାସୁଝା କରିବା ପରେ ଘରକୁ ପଠାଇଦେଇଛି ।

କୋରୋନା ସଂକ୍ରମଣ ରୋକିବାକୁ ଦେଶରେ ପ୍ରଥମ ଥର ଲକଡାଉନ ମାର୍ଚ୍ଚ 25ରେ ଘୋଷଣା କରାଯାଇଥିଲା । ପ୍ରଥମେ 21 ଦିନ ପାଇଁ ଲକଡାଉନ ଘୋଷଣା କରିବା ପରେ କଟକଣାକୁ 14 କୁ ବୃଦ୍ଧି କରିବା ପରେ ପୁଣି 2 ସପ୍ତାହକୁ ବୃଦ୍ଧି କରାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ, ସୋମବାର ସୁଦ୍ଧା 2757 କୋରୋନା ମାମଲା ରିପୋର୍ଟ ହୋଇଛି । ଏଥିମଧ୍ୟରୁ 1342 ସୁଦ୍ଧ ହେଲେଣି, ହେଲେ 29 ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 2784 ଟି ନୂଆ ମାମଲା ସାମ୍ନାକୁ ଆସିବା ସହ ସଂକ୍ରମଣ ସଂଖ୍ୟା 40 ହଜାର 263ରେ ପହଞ୍ଚିଛି । 24 ଘଣ୍ଟାରେ ମଲେଣି 87ଜଣ ।

Last Updated : May 4, 2020, 9:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.