ହାଇଦ୍ରାବାଦ: ଆତଙ୍କ ଖେଳାଇଥିବା ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ଯୁଦ୍ଧ ଲଢୁଛି ଭାରତ । ଘଣ୍ଟଘଣ୍ଟାରେ କମ୍ପିଛି ପଲ୍ଲୀଠୁ ଦିଲ୍ଲୀ । କୋରୋନା ବିରୋଧରେ ଚାଲିଥିବା ଲଢେଇରେ ଆଜି ସମସ୍ତେ ଏକଜୁଟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଲୋକେ ନିଜ ନିଜ ଘର ଛାତ ତଥା ବାଲକୋନୀରେ ଛିଡା ହୋଇ ଘଣ୍ଟଘଣ୍ଟା ଥାଳି ସହ କରତାଳି ମଧ୍ୟ ବଜାଇଛନ୍ତି । ଦେଶରେ କୋରୋନା ସଙ୍କଟ ମଧ୍ୟରେ ଜରୁରୀ ସେବା ଯୋଗାଇ ଦେଉଥିବା କର୍ମଚାରୀଙ୍କ ପାଇଁ ବାଜିଛି ଏହି ଥାଳି ଓ କରତାଳି ।
ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି କୋରୋନା ବିରୋଧରେ ଲଢିବା ପାଇଁ ଜନତ କର୍ଫ୍ୟୁର ଆହ୍ବାନ ଦେଇଥିଲେ । ସମସ୍ତଙ୍କୁ ରବିବାର ଘରେ ରହିବାକୁ ଅପିଲ କରିଥିଲେ ମୋଦି । ଏହାସହ ଦେଶ ସଂକଟ ଦେଇ ଗତିକରୁଥିବା ବେଳେ ଏପରି ସ୍ଥିତିରେ ସଂଧ୍ୟା 5ଟାରେ ଯରୁରୀ ସେବା ଯୋଗାଇ ଦେଉଥିବା କର୍ମଚାରୀଙ୍କ ପାଇଁ ଘଣ୍ଟଘଣ୍ଟା ସହ ତାଳି ଓ ଥାଳି ବଜାଇବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦେଶବାସୀ ନିଜ ନିଜ ଘରର ଛାତ ଓ ବାଲକୋନୀରେ ଛିଡା ହୋଇ ଘଣ୍ଟଘଣ୍ଟା ଓ କରତାଳି ବଜାଇଛନ୍ତି ।
@ANI