କାଶିଲେ, ଛିଙ୍କିଲେ ବା ଅତି ପରିଶ୍ରମ ଜନିତ କ୍ଲାନ୍ତିରୁ ମହିଳାମାନେ ପରିସ୍ରା ଲିକ୍ ହେଉଥିବା ଅଭିଯୋଗ କରନ୍ତି । ବେଳେ ବେଳେ ସେମାନଙ୍କ ଯୋନିରୁ କିଛି ପଦାର୍ଥ ବାହାରିଲା ଭଳି ସେମାନେ ଅନୁଭବ କରିଥାନ୍ତି । ବୟସ ବଢିଲେ ଏସବୁ ସମସ୍ୟା ବଢିଥାଏ ।
ଏ ପ୍ରସଙ୍ଗରେ ଇଟିଭି ଭାରତ ସୁଖିଭବ ପକ୍ଷରୁ ବିଶେଷଜ୍ଞ ଡ଼ଃ କେତନ ଭଟିକରଙ୍କ ସହ ଆଲୋଚନା କରାଯାଇଥିଲ । ଡ଼ଃ ଭଟିକର ସ୍ପୋର୍ଟସ ଫିଜିଓଥେରାପି ଆକ୍ବା ରିହାବିଲେସନ ସେଣ୍ଟର –ଏସପିଏଆରସିର ମୁଖ୍ୟ ପରାମର୍ଶଦାତା ଅଛନ୍ତି । ଏହାଛଡା ଗୋଆ କ୍ରିକେଟ ଆସୋସିଏସନର ଫିଜିଓଥେରାପି ବିଭାଗର ମେଡିକାଲ ମୁଖ୍ୟ ବି ଅଛନ୍ତି ଡ଼ଃ ଭଟିକର । ପେଲଭିକ ଫ୍ଲୋର୍ ମସଲ ଏହା ଉପରେ ନିର୍ଭରଶୀଳ ଥିବା ଅଂଗପ୍ରତ୍ୟଙ୍ଗର ସହାୟକ ହୋଇଥାଏ ।
ପେଲଭିକ୍ ଫ୍ଲୋର ମସଲ୍ ସଂସ୍ପର୍ଶରେ ଆସିଲେ ଅଭ୍ୟନ୍ତରୀଣ ଅଂଗଗୁଡିକ ସକ୍ରିୟ ହୋଇଥାଆନ୍ତି । ଫଳରେ ଯୋନି, ମଳଦ୍ବାର ଓ ପରିସ୍ରା ପଥ ଅବରୋଧ ହୋଇଯାଏ । ଏଥିରୁ ମୁକୁଳିବା ପାଇଁ ପେଲଭିକ୍ ଫ୍ଲୋର୍ ଏକ୍ସରସାଇଜ ଦରକାର । ଟାଇଟ୍ ପେଲଭିକ ଫ୍ଲୋର୍ ଆପଣଙ୍କ ଯୈାନ ଜୀବନକୁ ବି ସୁଖମୟ କରିବ ।
ପେଲଭିକ ଫ୍ଲୋର୍ କେମିତି ଦୁର୍ବଳ ହୁଏ ?
- ମାସିକ ଧର୍ମ ବନ୍ଦ ହେବାକୁ ଥିବା ମହିଳାମାନଙ୍କ ୟୁରୋଜେନିଟାଲ୍ ଢାଞ୍ଚାରେ ପରିବର୍ତ୍ତନ
- ଭଜାଏନାଲ ଡେଲିଭରି ଯୋଗୁଁ ମସଲରେ ସିଧାସଳଖ ଆଘାତ
- ଭଜାଏନାଲ ବାର୍ଥ ସମୟରେ ଓଭରଷ୍ଟ୍ରେଚିଂ, କ୍ଷତି, ବିଳମ୍ବିତ ଲେବର୍, ଏପିସିଓଟୋମି
- ବଂଶାନୁକ୍ରମିକ ଦୁର୍ବଳତା
- ହାଇଷ୍ଟରେକ୍ଟୋମି
- ଉତ୍କଟ କଫ ଓ ନିୟମିତ ଛିଙ୍କ
- କୋଷ୍ଠ କାଠିନ୍ୟ
- ମେଦ ବହୁଳତା
- ତଳି ପିଠି ଯନ୍ତ୍ରଣା
ଲକ୍ଷଣ:
- ସମ୍ଭୋଗ ବେଳେ ଯନ୍ତ୍ରଣା ଓ ଅସ୍ଥିରତା
- ପେଲଭିକ୍ ସ୍ଥାନ, ଗୁପ୍ତାଙ୍ଗ ଓ ମଳଦ୍ବାରରେ ଜାରି ରହିଥିବା ଯନ୍ତ୍ରଣା
- ଯୋନିରେ କୌଣସି ଯନ୍ତ୍ରଣା
- ବ୍ୟାୟାମ କଲାବେଳେ, ହସିଲା ବେଳେ, କାଶିବା ଓ ଛିଙ୍କିବା ବେଳେ ପରିସ୍ରା ଲିକ୍
- ଶୌଚାଳୟ ଯିବା ଅତି ଜରୁରୀ ମନେ କରିବା ବା ଠିକ୍ ସମୟରେ ଯାଇ ନ ପାରିବା
- ମୂତ୍ରାଶୟ ଓ ଅନ୍ତଃନଳୀ ଖାଲି କରିବାରେ ଅସୁବିଧା
- କୋଷ୍ଠକାଠିନ୍ୟ ଓ ଅନ୍ତଃନଳିରେ ଯନ୍ତ୍ରଣା
- ତଳି ପିଠିରେ ଯନ୍ତ୍ରଣା
ପେଲଭିକ ଫ୍ଲୋର ଏକ୍ସରସାଇଜର ସୁଫଳ:
- ଅଭ୍ୟନ୍ତରୀଣ ଅଂଗ ଯଥା ମୂତ୍ରାଶୟ, ଅନ୍ତଃନଳୀ ଓ ଗର୍ଭାଶୟକୁ ସୁଦୃଢ କରେ ।
- ପରିସ୍ରା,ମଳ ଓ ଗ୍ୟାସ ରିଲିଜ୍ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆମକୁ ସମର୍ଥ କରେ ।
- ମହିଳାଙ୍କ ମଧ୍ୟରେ ଯୈାନ କ୍ରିୟାକୁ ସୁସଂଗଠିତ କରେ ।
- ଗର୍ଭାବସ୍ଥା ବେଳେ ପେଲଭିକ ଫ୍ଲୋର୍ ଛୁଆକୁ ସହାୟତା ପ୍ରଦାନ କରିଥାଏ । ପ୍ରସବ ବେଳେ ସହାୟକ ହୁଏ ।
ପେଷାଦାର ସହାୟତା :
ଆମୂଳଚୂଳ ପରୀକ୍ଷା ପରେ ବ୍ୟକ୍ତିଗତ ଭାବେ ଚିକିତ୍ସା କରିବା ଜରୁରୀ ।
ତଳିପେଟ ଅସ୍ତ୍ରୋପଚାର ପରେ ପେଲଭିକ ଫ୍ଲୋର ଏକ୍ସରସାଇଜ ଜାରି ରଖିବା ପାଇଁ ପେଷାଦାର ବିଶେଷଜ୍ଞଙ୍କ ପରାମର୍ଶ ଏକାନ୍ତ ଆବଶ୍ୟକ । ଜଣେ ଫିଜିଓଥେରାପିଷ୍ଟଙ୍କ ତତ୍ୱାବଧାନରେ ଏକ୍ସରସାଇଜ୍ କରିବା ଦରକାର । ତେବେ ପେଲଭିକ ସ୍ଥାନରେ ସକ୍ରିୟ ସଂକ୍ରମଣରେ ପୀଡିତ ମହିଳାମାନେ ଏକ୍ସରସାଇଜରୁ ବିରତ ରହିବା ଜରୁରୀ ।