ETV Bharat / bharat

୩୫(ଏ) କୁ ନେଇ ମେହବୁବା ମୁଫ୍‌ତିଙ୍କ ଧମକ

ସମ୍ବିଧାନର ଧାରା ୩୫(ଏ) ସହ ଯିଏ ଲାଗିବ, ସିଏ ଜଳି ପାଉଁଶ ହୋଇଯିବ ବୋଲି ପିଡିପି ନେତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 28, 2019, 3:01 PM IST

ଶ୍ରୀନଗର: କାଶ୍ମୀର ଲୋକଙ୍କୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୫(ଏ) କୁ ନେଇ ଖୋଲାଖୋଲି ଧମକ ଦେଲେ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି । ୩୫(ଏ) ପ୍ରତି ଉଠୁଥିବା ପ୍ରତିଟି ହାତକୁ ଧ୍ବଂସ କରାଯିବ ବୋଲି କହିଛନ୍ତି ମେହବୁବା । ଏକ ଜନସଭାରେ ସମ୍ବୋଧିତ କରି ମେହବୁବା କହିଛନ୍ତି, 35 ଏ ସହ ଲାଗିବା ବାରୁଦକୁ ହାତକୁ ନେବା ସହ ସମାନ । ୩୫(ଏ)କୁ ହଟାଇବା କିମ୍ବା ଏଥିରେ କୌଣସି ପରିବର୍ତ୍ତନ ପାଇଁ ଉଠୁଥିବା ହାତ ସହ ପୁରା ଶରୀର ଜଳି ପାଉଁଶ ହୋଇଯିବ ବୋଲି ସେ କହିଛନ୍ତି ।

ଶନିବାର କାଶ୍ମୀରରେ ୧୦ ହଜାର ସେନାକୁ ମୁତୟନ କରିଥିଲେ କେନ୍ଦ୍ର ସରକାର । ୩୭୦ ଓ ୩୫-ଏ ହଟାଇବା ଦିଗରେ ଏହା ଏକ ପ୍ରାକ୍‌ ପ୍ରସ୍ତୁତି ବୋଲି କୁହାଯାଉଥିଲା । ଯାହାକୁ ମେହବୁବା ମୁଫ୍‌ତି ସମେତ ଓମାର ଅବ୍ଦୁଲା ବିରୋଧ କରିଥିଲେ । ଏହା ଏକ ରାଜନୈତିକ ସମସ୍ୟା ଯାହାକୁ ବଳ ପ୍ରୟୋଗ ଦ୍ବାରା ସମାଧାନ କରାଯାଇପାରିବ ନାହିଁ ବୋଲି ମେହବୁବା କହିଥିଲେ ।

ତେବେ କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣର ସୂଚନା ମିଳିଥିବାରୁ ଏଭଳି କରାଯାଇଥିବା ରବିବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.