ETV Bharat / bharat

ଗେରୁଆ କ୍ୟାମ୍ପରେ ଯୋଡି ହେଲା ପବନ କଲ୍ୟାଣଙ୍କ ପାର୍ଟି - ପବନ କଲ୍ୟାଣଙ୍କ ଜନସେନା ପାର୍ଟି

ଆନ୍ଧ୍ର ପ୍ରଦେଶରେ ବିଜେପି ସହ ମେଣ୍ଟ ଘୋଷଣା କଲେ ପବନ କଲ୍ୟାଣଙ୍କ ଜନସେନା ପାର୍ଟି । ବିଜୟଓ୍ବାଡାରେ ଚାଲିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହା ଘୋଷଣା କରିଛନ୍ତି ପବନ କଲ୍ୟାଣ ।

ଆନ୍ଧ୍ର ପ୍ରଦେଶରେ ବିଜେପି ସହ ହାତ ମିଳାଇଲା ପବନ କଲ୍ୟାଣଙ୍କ ପାର୍ଟି

author img

By

Published : Jan 16, 2020, 9:34 PM IST

ଅମରାବତୀ: ଅଭିନେତାରୁ ନେତା ହୋଇଥିବା ପବନ କଲ୍ୟାଣଙ୍କ ବଡ ଘୋଷଣା । ପବନ କଲ୍ୟାଣଙ୍କ ଜନସେନା ପାର୍ଟି ଆନ୍ଧ୍ର ପ୍ରଦେଶରେ ବିଜେପି ସହ ମେଣ୍ଟ କରିବା ନେଇ ସ୍ଥିର ହୋଇଛି । ବିଜୟଓ୍ବାଡାରେ ଚାଲିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ବିଜେପି ସହ ମେଣ୍ଟ କରିବା ନେଇ ଘୋଷଣା କରିଛନ୍ତି ପବନ କଲ୍ୟାଣ । ଆନ୍ଧ୍ର ପ୍ରଦେଶ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

ଅମରାବତୀରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ 3ଟି ରାଜଧାନୀ ଫର୍ମୁଲାକୁ ନେଇ ଚାଲିଥିବା ରାଜନୈତିକ ଉଷ୍ମତା ମଧ୍ୟରେ ପବନ କଲ୍ୟାଣ ବିଜେପି ସହ ମେଣ୍ଟ ଘୋଷଣା କରିଛନ୍ତି । ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ କହିଛନ୍ତି ଯେ 2024ରେ ଆନ୍ଧ୍ର ପ୍ରଦେଶରେ କ୍ଷମତାକୁ ଆସିବା ପାଇଁ ବିଜେପି ଓ ଜେଏସପି ଏକାଠି ମଶି କାର୍ଯ୍ୟ କରିବେ । ଆମେ ରାଜ୍ୟବାସୀଙ୍କ ପାଇଁ କାମ କରିବୁ ।

ପବନ କଲ୍ୟାଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଂଶସା କରିବା ସହ ଆନ୍ଧ୍ର ପ୍ରଦେଶକୁ ବିଜେପି ଦରକାର ବୋଲି କହିଛନ୍ତି । ଏହାସହ ମୋଦି ଯେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ସେତେବେଳେ ପବନ ତାଙ୍କୁ ଭେଟି ନିଜର ଭାବନା ବ୍ୟକ୍ତ କରିଥିବା ମତ ଦେଇଛନ୍ତି । ସେ କହିଛନ୍ତି ଯେ ଦୁର୍ନୀତି ମୁକ୍ତ ଓ ଦୂରଦୃଷ୍ଟି ରଖୁଥିବା ନେତା କେନ୍ଦ୍ରରେ ଅଛନ୍ତି, ଯିଏ କି ସବୁବେଳେ ରାଜ୍ୟର ବିକାଶ ହିତରେ ରହିଛନ୍ତି । ପରିବାରବାଦ ବିରୁଦ୍ଧରେ ଏବଂ ଦୁର୍ନୀତି ମୁକ୍ତ ଶାସନ ପାଇଁ କାମ କରିବାକୁ ପବନ ସ୍ପଷ୍ଟ ମତ ଦେଇଛନ୍ତି ।

2014ରେ ପବନ କଲ୍ୟାଣଙ୍କ ନେତୃତ୍ବରେ ଗଠନ ହୋଇଥିବା ଜନସେନା ପାର୍ଟି ସାଧାରଣ ନିର୍ବାଚନରେ ବିଜେପି-ଟିଡିପିକୁ ସମର୍ଥନ ଜଣାଇଥିଲା । ପରେ ଟିଡିପି ବିଜେପିଠାରୁ ଅଲଗା ହୋଇଯାଇଥିଲା । ତେବେ ଆନ୍ଧ୍ରପ୍ରଦେଶର ବର୍ତ୍ତମାନ ରାଜନୈତିକ ପରିସ୍ଥିତିକୁ ଦେଖିଲେ ଏହି ଦୁଇ ବିଜେପି-ଜେଏସପି ମେଣ୍ଟର ପ୍ରଭାବ ଆଗାମୀ ସ୍ଥାନୀୟ ନିର୍ବାଚନରେ ପଡିବାର ସମ୍ଭାବନା ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.