ପାଟନା: କିଛି ଦିନ ହେବ ସାରା ଦେଶରେ କେରଳ ଗର୍ଭିଣୀ ହାତୀ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବିହାର ପାଟନାର ଜାନପୁରର ଅଖତାର ଇମାମ ନିଜ ହାତୀମାନଙ୍କ ନାମରେ କରିଦେଇଛନ୍ତି ପ୍ରାୟ 5 କୋଟିର ସମ୍ପତ୍ତି । 12 ବର୍ଷରୁ ଇମାମ ହାତୀଙ୍କ ସେବା କରିଆସୁଛନ୍ତି । ଏକ ବଡ ଆକ୍ରମଣରୁନ ହାତୀ ଇମାମଙ୍କୁ ବଞ୍ଚାଇଥିଲା । ସେହି ଦିନ ଠାରୁ ସେ ହାତୀଙ୍କୁ ନିଜ ଘରେ ରଖି ନିଜ ପୁଅ ଠାରୁ ବି ଅଧିକ ଆଦର ଯତ୍ନ କରନ୍ତି ।
ବର୍ତ୍ତମାନ ଇମାମଙ୍କ ପୁଅ କୁସଙ୍ଗରେ ଖରାପ ରାସ୍ତାରେ ଯାଉଥିବାରୁ ସେ ଅଧା ସମ୍ପତ୍ତି ପତ୍ନୀ ଏବଂ ନିଜ ଭାଗର ସମ୍ପତ୍ତି ହାତୀ ନାମରେ କରିଦେଇଛନ୍ତି । ଆଉ ହାତୀକୁ ବନେଇ ଦେଇଛନ୍ତି ଘରର ମାଲିକ । ରେଜିଷ୍ଟ୍ରି ଅଫିସ ଯାଇ ଦୁଇ ହାତୀଙ୍କ ନାମରେ ସେ ସବୁ ସମ୍ପତ୍ତି ଲେଖିଦେଇଛନ୍ତି । ସ୍ଥାନୀୟ ଲୋକେ ଇମାମଙ୍କୁ ହାତୀ ବାଲା ବୋଲି ଜାଣିଛନ୍ତି ।
ଦୁଇ ହାତୀ ମୋତି ଏବଂ ରାଣୀଙ୍କ ପାଇଁ ତାଙ୍କର ସାରା ଜୀବନ ସମର୍ପିତ ବୋଲି କହନ୍ତି ଇମାମ। ହୀତୀଙ୍କ ନାମରେ ସମ୍ପତ୍ତି କରିବା ନେଇ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ବିରୋଧ କରିଥିଲେ । କିନ୍ତୁ କାହା କଥା ଭ୍ରୃକ୍ଷେପ ନକରି ସେ ସବୁ ସମ୍ପତ୍ତି ହାତୀଙ୍କ ନାମରେ କରିଥିଲେ ।