ଭୋପାଳ: ମଧ୍ୟପ୍ରଦେଶ ବରଓ୍ବାନୀର ସେନ୍ଧୱାର ଆଉ 3 ଜଣ କୋରୋନା ପଜିଟିଭ ସଂଖ୍ୟା ସାମ୍ନାକୁ ଆସିଛି । ସେମାନେ ଜଣେ 90 ବର୍ଷୀୟ ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିଲେ । ଯିଏକି ସାଉଦି ଆରବରୁ ଫେରିଥିଲେ। ତାଙ୍କ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ ସେ କୋରୋନାରେ ଆକ୍ରାନ୍ତ ଥିଲେ କି ନାହିଁ ।
ଏନେଇ ବ୍ଲକ ମେଡିକାଲ ଅଫିସର କହିଛନ୍ତି ଯେ, ଆମେ ସେମନଙ୍କର ରକ୍ତ ନମୂନା ଏକାଠି କରୁଛୁ ଯେଉଁମାନେ ଉକ୍ତ ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିଲେ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଉଛି, ବର୍ତ୍ତମାନ ସୁଦ୍ଧା 179ଟି ମାମଲା ସାମ୍ନାକୁ ଆସିଥିବାବେଳେ ସମୁଦାୟ 11 ଜଣଙ୍କର ମୃତ୍ୟୁ ହୋଇଛି ।