ନୂଆଦିଲ୍ଲୀ: ଜାନୁଆରୀ 7 ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଦଣ୍ଡବିଧାନ ଶୁଣାଣି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କୁ ତୁରନ୍ତ ଫାଶୀରେ ଝୁଲାଇବା ପାଇଁ ନିର୍ଭୟାଙ୍କ ମା’ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଥିଲେ । ଆଜି କୋର୍ଟ ଏହି ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନା ଜାରି ଉପରେ ଶୁଣାଣି କରିବାର ଥିଲା । ହେଲେ କୋର୍ଟ ଏହାକୁ ଜାନୁଆରୀ 7 ତାରିଖ ପର୍ଯ୍ୟନ୍ତ ଘୁଞ୍ଜାଇ ଦେଇଛନ୍ତି ।
ଏହା ସହିତ ଦୋଷୀ ବଳକା ଥିବା ନିଜର ସମସ୍ତ ଆଇନଗତ ଅଧିକାର ବ୍ୟବହାର କରିପାରିବେ ବୋଲି କୋର୍ଟ କହିଛନ୍ତି ।