ETV Bharat / bharat

ଆରବ ଫେରନ୍ତାଙ୍କୁ କ୍ବାରାଣ୍ଟାଇନରେ ରଖାଯିବ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - କୋରୋନା ଭାଇରସ୍ ନ୍ୟୁଜ

ମହାମାରୀ କୋରୋନାରୁ ଦୂରେଇବା ପାଇଁ କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁଏଇ, କାତାର, ଓମାନ ଓ କୁଏତ ରୁ ଫେରନ୍ତା ଯାତ୍ରୀଙ୍କୁ ବାଧ୍ୟତାମୂଳକ 14 ଦିନ କ୍ବାରାଣ୍ଟାଇନରେ ରହିବାପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଅଧିକ ପଢନ୍ତୁ...

Passengers returning from arab country will be placed in quarantine: Central Health Department
ଆରବଦେଶରୁ ଫେରନ୍ତା ଯାତ୍ରୀଙ୍କୁ କ୍ବାରାଣ୍ଟାଇନରେ ରଖାଯିବ: କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ
author img

By

Published : Mar 17, 2020, 5:35 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାରୁ ଦୂରେଇବା ପାଇଁ କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ୟୁଏଇ, କାତାର, ଓମାନ ଓ କୁଏତରୁ ଫେରନ୍ତା ଯାତ୍ରୀଙ୍କୁ ବାଧ୍ୟତାମୂଳକ କ୍ବାରାଣ୍ଟାଇନରେ ରହିବାପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

କୋରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ କ୍ବାରାଣ୍ଟାଇନ ସମୟରେ ବହୁତ ଆବଶ୍ୟକତା ରହିଥାଏ । କ୍ବାରାଣ୍ଟାଇନର ସମୟ ମୋଟ 14 ଦିନ ରହିଛି । ଯେଉଁ ଯାତ୍ରୀମାନେ ୟୁଏଇ, କାତାର, ଓମାନ ଓ କୁଏତରୁ ଭାରତକୁ ଫେରିଥିବେ ସେମାନଙ୍କୁ ବିମାନବନ୍ଦରରୁ ହିଁ ନିଆଯିବା ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ । ସେମାନଙ୍କ ରହିବା ପାଇଁ ସରକାରଙ୍କ ଦ୍ବାରା ଡାକ୍ତର ଓ ସମସ୍ତ ପ୍ରକାରର ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା 18 ତାରିଖ ଠାରୁ ଲାଗୁ କରାଯାଇ ଆସନ୍ତା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ରହିବ ।

ଭାରତରେ କୋରୋନାର ପ୍ରଭାବରୁ ଦୂରେଇବା ପାଇଁ ସମସ୍ତ ରାଜ୍ୟର ସ୍କୁଲ, କଲେଜ, ବଜାର, ରେଳ ଷ୍ଟେସନ, ସିନେମା ହଲ ଗୁଡିକୁ ବନ୍ଦ କରାଯାଇଛି । ଜନଗହଳି ପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ସଚେତନ କରାଯାଉଛି । ଭାରତରେ ମୋଟ 126 ଜଣ କୋରୋନା ପଜିଟିଭ ଭାବରେ ଟିହ୍ନଟ କରାଯାଇଛି । ସେମାନଙ୍କ ସମସ୍ତ ପ୍ରକାର ଚିକିତ୍ସା ବ୍ୟବସ୍ଥା ସରକାରଙ୍କ ଦ୍ବାରା କରାଯାଉଛି । ଭାରତରେ ମହାମାରୀ କୋରୋନା ଦ୍ବାରା ଏ ପର୍ଯ୍ୟନ୍ତ 3 ଜଣ ପ୍ରାଣ ହରାଇଛନ୍ତି । ସାରା ବିଶ୍ବରେ ମହାମାରୀ କୋରୋନା ଯୋଗୁଁ 6000ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.