ETV Bharat / bharat

ପଞ୍ଜାବରେ ନଭେମ୍ବର 24ରୁ ଚାଲିବ ଯାତ୍ରୀବାହୀ ଟ୍ରେନ

author img

By

Published : Nov 23, 2020, 10:34 AM IST

ପଞ୍ଜାବରେ ସ୍ବଭାବିକ ହେବ ଯାତ୍ରୀବାହୀ ଟ୍ରେନ ଚଳାଚଳ । ରେଳ ଚଳାଚଳ ଆରମ୍ଭ କରିବାକୁ ରେଳବାଇ ଏକ ଯୋଜନା ପ୍ରସ୍ତୁତ କରିଛି ବୋଲି ଜାତୀୟ ପରିବହନକାରୀ ସଂସ୍ଥା କହିଛନ୍ତି । ଅଧିକ ଖବର ପଢନ୍ତୁ...

ପଞ୍ଜାବରେ ନଭେମ୍ବର 24ରୁ ଚଳାଚଳ କରିବ ଯାତ୍ରୀବାହୀ ଟ୍ରେନ

ଚଣ୍ଡିଗଡ: ନଭେମ୍ବର 24ରୁ ପଞ୍ଜାବରେ ସ୍ବଭାବିକ ହେବ ଯାତ୍ରୀବାହୀ ଟ୍ରେନ ଚଳାଚଳ । ଏନେଇ ରେଳବାଇ ଏକ ଯୋଜନା ପ୍ରସ୍ତୁତ କରିଛି ବୋଲି ଜାତୀୟ ପରିବହନକାରୀ ସଂସ୍ଥା କହିଛି । ତେବେ ଏହି ଯୋଜନାରେ 24 ରୁ ପଞ୍ଜାବ ପାଇଁ 17 ଟି ମେଲ ଏବଂ ଏକ୍ସପ୍ରେସ ଟ୍ରେନ ଚାଲିବ । ସୂଚନା ଅନୁଯାୟୀ, ନଭେମ୍ବର 23 ସନ୍ଧ୍ୟା ସୁଦ୍ଧା ରେଳରୋକ ଆନ୍ଦୋଳନକୁ ହଟାଇ ଦିଆଯିବାର ସମ୍ଭାବନା ରହିଛି । ସେହି ଅନୁଯାୟୀ ପଞ୍ଜାବ ଅଞ୍ଚଳରେ ଟ୍ରେନ୍ ସେବା ପୁନଃ ଆରମ୍ଭ ପାଇଁ ଯୋଜନା ରହିଛି ।

ଉତ୍ତର ରେଳବାଇ ଦ୍ବାରା ପ୍ରସ୍ତୁତ ପୁନରୁଦ୍ଧାର ଯୋଜନାରେ କୁହାଯାଇଛି ଯେ, ଏହି ଯୋଜନା ଟ୍ରାକ ସୁରକ୍ଷା, ସଂପୃକ୍ତ ରାଜ୍ୟ ସରକାର ଏବଂ ସୁରକ୍ଷା ୟୁନିଟରୁ ସମ୍ପୃକ୍ତ ବିଭାଗ ଦ୍ବାରା ଗ୍ରହଣ କରାଯିବ । ଏଥିରେ କୁହାଯାଇଛି ଯେ ପଞ୍ଜାବ ପାଇଁ ଆଠଟି ଏବଂ ଜାମ୍ମୁ ଏବଂ କାତ୍ରା ପାଇଁ ନଅଟି ଟ୍ରେନ୍ ପୁନଃ ଅବସ୍ଥାପିତ ହେବ । ତେବେ ସମସ୍ତ ଟ୍ରେନ୍ ସୋମବାର ପାଇଁ ବାତିଲ୍ ରହିବ ।

ରାଜ୍ୟରେ ଚାଷୀଙ୍କ ବିରୋଧ ଯୋଗୁଁ ପ୍ରାୟ ଦୁଇମାସ ସ୍ଥଗିତ ରହିବା ପରେ ରେଳବାଇ ଦ୍ୱାରା ଏହି ଟ୍ରେନ୍ ଚଳାଚଳ ହେବ । ରେଳବାଇ କହିଛି ଯେ ସୁରକ୍ଷା ଦୃଷ୍ଟିରୁ ଟ୍ରେନଗୁଡିକ ସର୍ବାଧିକ 60 କିଲୋମିଟର ବେଗ ସୀମା ବଜାୟ ରଖିବ ।

ତେବେ ନଭେମ୍ବର 23 ଏବଂ 24 ପାଇଁ ଧାର୍ଯ୍ୟ ହୋଇଥିବା 26 ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ ରହିବ ବୋଲି ରେଳବାଇ କହିଛି । ଶନିବାର ଦିନ ରେଳବାଇ କହିଛି ଯେ, ରାଜ୍ୟ ସରକାରଙ୍କ ଯୋଗାଯୋଗ ପରେ ପଞ୍ଜାବରେ ଏହା ସାମଗ୍ରୀ ଏବଂ ଯାତ୍ରୀବାହୀ ଟ୍ରେନ୍ ସେବା ପୁନଃ ଆରମ୍ଭ କରିବ ବୋଲି ବିରୋଧୀ କୃଷକମାନେ ଗ୍ରୀନ ସିଗନାଲ ଦେଇଛନ୍ତି । ନଭେମ୍ବର 23 ଠାରୁ 15 ଦିନ ପାଇଁ ଏହି ଆନ୍ଦୋଳନ ହଟାଯିବ ବୋଲି କୃଷକମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.