ETV Bharat / bharat

‘ରାଜନୀତି ନକରି ଅଦିନିଆ ବର୍ଷାରେ ପ୍ରଭାବିତ ଚାଷୀଙ୍କୁ ଗୁରୁତ୍ବ ଦିଅ’

author img

By

Published : Nov 5, 2019, 10:17 AM IST

ସମସ୍ତ ରାଜନୈତିକ ଦଳଗୁଡିକ ମହାରାଷ୍ଟ୍ର ରାଜନୀତିରେ ମୁଣ୍ଡ ନପୁରାଇ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ। ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମାନଙ୍କର ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଯାଇଛି ।

ଫଟୋ ସୌଜନ୍ୟ : ଏଏନଆଇ

ହାଇଦ୍ରାବାଦ: ଜାରି ରହିଛି ମହାରାଷ୍ଟ୍ରରେ ମହାଡ୍ରାମା । କିନ୍ତୁ ଶିବସେନା ନେତା ଆଦିତ୍ୟ ଠାକରେ ସମସ୍ତ ରାଜନୈତିକ ଦଳଗୁଡିକୁ ଏହି ରାଜନୀତିରେ ହସ୍ତକ୍ଷେପ ନକରି ଅଦିନିଆ ବର୍ଷାରେ ପ୍ରଭାବିତ ଚାଷୀଙ୍କ ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କହିଛନ୍ତି ।

ସମସ୍ତ ସରକାରୀ କଳକୁ ଦ୍ରୁତ ଗତିରେ ରିଲିଫ ସାମଗ୍ରୀ ଚାଷୀଙ୍କୁ ପ୍ରଦାନ କରିବା ପାଇଁ କହିଛନ୍ତି । ପ୍ରଭାବିତ ଚାଷୀଙ୍କ ପାଇଁ ସାହାଯ୍ୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଯାହା ଦ୍ବାରା ଜଣେ ପ୍ରଭାବିତ ଚାଷୀ ସରକାରୀ କର୍ମଚାରୀଙ୍କୁ ଫସଲ ନଷ୍ଟ ବିଷୟରେ ସୂଚନା ଦେଇପାରିବ ।

ଆଦିତ୍ୟ ଠାକରେଙ୍କ ଏହି ଗସ୍ତ ଶିବସେନା ଓ ବିଜେପି ମଧ୍ୟରେ ଚାଲିରହିଥିବା କ୍ଷମତା ଯୁଦ୍ଧ ସୂଚାଉଛି । ଶିବସେନା କ୍ୟାବିନେଟ ମନ୍ତ୍ରୀ ଓ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଆସୁଛି । ଆଦିତ୍ୟ ଠାକରେ ୱର୍ଲି ଆସନରୁ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ସେ ନୂତନ ସରକାରରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଶାବାଦୀ ଅଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.