ETV Bharat / bharat

ଲକଡାଉନରେ ମାଲାମାଲ ହେଲା ପାର୍ଲେଜି ବିସ୍କୁଟ, ଭାଙ୍ଗିଲା 82 ବର୍ଷର ରେକର୍ଡ - ParlParle-G Biscuit Sales Made Record

କୋରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନରେ ବ୍ୟବସାୟୀ ବହୁତ କ୍ଷତି ସହିଛନ୍ତି । ହେଲେ ଏହି ଲକଡାଉନରେ ପାର୍ଲେ-ଜି ବିସ୍କୁଟର ବିକ୍ରି ଏତେ ଅଧିକ ଥିଲା ଯେ ଗତ 82 ବର୍ଷର ରେକର୍ଡ ଭାଙ୍ଗିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନରେ ମାଲାମାଲ ହେଲା ପାର୍ଲେ-ଜି ବିସ୍କୁଟ
ଲକଡାଉନରେ ମାଲାମାଲ ହେଲା ପାର୍ଲେ-ଜି ବିସ୍କୁଟ
author img

By

Published : Jun 9, 2020, 5:33 PM IST

ମୁମ୍ବାଇ: କୋରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନରେ ବ୍ୟବସାୟୀ ବହୁତ କ୍ଷତି ସହିଛନ୍ତି । ହେଲେ ଏହି ଲକଡାଉନରେ ପାର୍ଲେ-ଜି ବିସ୍କୁଟର ବିକ୍ରି ଏତେ ଅଧିକ ଥିଲା ଯେ ଗତ 82 ବର୍ଷର ରେକର୍ଡ ଭାଙ୍ଗିଛି । ମାତ୍ର 5 ଟଙ୍କାରେ ମିଳୁଥିବା ଏହି ପାର୍ଲେ-ଜି ବିସ୍କୁଟର ପ୍ୟାକେଟ୍ ଶହ ଶହ କିଲୋମିଟର ଚାଲୁଥିବା ପ୍ରବାସୀମାନଙ୍କ ପାଇଁ ବହୁତ ସହାୟକ ହେଲା । କେହି କେହି ବିସ୍କୁଟକୁ ନିଜେ କିଣି ଖାଉଥିଲେ ଏବଂ ଅନ୍ୟମାନେ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବିସ୍କୁଟ କିଣି ବାଣ୍ଟୁଥିଲେ । ଅନେକ ଲୋକ ପାର୍ଲେ-ଜି ବିସ୍କୁଟର ଷ୍ଟକ୍ ନିଜ ଘରେ ମଧ୍ୟ ରଖିଛନ୍ତି ।

1938 ପରଠାରୁ ପାର୍ଲେ-ଜି ଲୋକଙ୍କ ମଧ୍ୟରେ ଏକ ପ୍ରିୟ ବ୍ରାଣ୍ଡ ପାଲଟିଥିଲା । ହେଲେ ପୂର୍ବରୁ ଏହି ବିସ୍କୁଟର ଚାହିଦା ଥିଲା ସତ କିନ୍ତୁ ଲକଡାଉନ୍ ମଧ୍ୟରେ ବିସ୍କୁଟର ଅଧିକ ବିକ୍ରି ହୋଇଥିଲା । ଯାହାକି ଇତିହାସରେ ବିକ୍ରି ହୋଇଥିବା ସର୍ବାଧିକ ବିସ୍କୁଟ ପାଇଁ ଏହା ରେକର୍ଡ ସୃଷ୍ଟି କରିଛି । ଯଦିଓ ପାର୍ଲେ କମ୍ପାନୀ ବିକ୍ରି ସଂଖ୍ୟା ପ୍ରକାଶ କରି ନାହିଁ, ତଥାପି କମ୍ପାନୀ କହିଛି ଯେ ଗତ 8 ଦଶନ୍ଧି ମଧ୍ୟରେ ମାର୍ଚ୍ଚ, ଏପ୍ରିଲ ଏବଂ ମେ ଏହାର ସର୍ବୋତ୍ତମ ବିକ୍ରି ହେବାର ମାସ ଅଟେ ।

ପାର୍ଲେ ପ୍ରଡକ୍ଟର କେଟେଗରୀର ମୁଖ୍ୟ ହେଉଛନ୍ତି ମୟଙ୍କ ଶାହା । ମୟଙ୍କ କହିଛନ୍ତି ଯେ କମ୍ପାନୀର ମୋଟ ମାର୍କେଟ ସେୟାରର ପ୍ରାୟ 5 ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏହି ଅଭିବୃଦ୍ଧିର 80-90 ପ୍ରତିଶତ କୋଷ ପାର୍ଲେ-ଜି ର ବିକ୍ରି ଦ୍ବାରା ଆସିଛି ।

କିଛି ଅର୍ଗାନାଇଜଡ୍ ବିସ୍କୁଟ ନିର୍ମାତା ଯେପରିକି ପାର୍ଲେ ଲକଡାଉନର କିଛି ସମୟ ପରେ ନିଜର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ କମ୍ପାନୀ ବ୍ରାଞ୍ଚ ନିଜ କର୍ମଚାରୀଙ୍କ ଯାତାୟତ ବ୍ୟବସ୍ଥା ମଧ୍ୟ କରିଦେଇଥିଲା । ଯାହା ଦ୍ବାରା କର୍ମଚାରୀମାନେ ସହଜରେ ଏବଂ ନିରାପଦରେ କାମ କରିବାକୁ ଆସିପାରିଥିଲେ । ଯେତେବେଳେ କାରଖାନା ଆରମ୍ଭ ହେଲା, ଏହି କମ୍ପାନୀଗୁଡିକର ଧ୍ୟାନ ରଖିଥିଲେ ଯେ ଯେଉଁ ପ୍ରଡକ୍ଟ ଅଧିକରୁ ଅଧିକ ବିକ୍ରି ହେଉଛି ତାର ଅଧିକ ଉତ୍ପାଦନ କରିବେ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.