ETV Bharat / bharat

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା - ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋକସଭା ମୁଲତବି

ଲୋକସଭାର ଶୀତକାଳୀନ ଅଧିବେଶନର ଶେଷ ଦିନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ବାଚସ୍ପତି ଓମ୍ ବିର୍ଲା ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଛନ୍ତି।

parliament Winter Session
ଫାଇଲ ଫଟୋ
author img

By

Published : Dec 13, 2019, 2:03 PM IST

Updated : Dec 13, 2019, 2:44 PM IST

ନୂଆଦିଲ୍ଲୀ: ଲୋକସଭାର ଶୀତକାଳୀନ ଅଧିବେଶନର ଶେଷ ଦିନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। କେନ୍ଦ୍ରରେ କ୍ଷମତାସୀନ ଶାସକ ବିଜେପିର ମହିଳା ସାଂସଦଙ୍କ ସମେତ ଦଳର ଅନ୍ୟ ସଭ୍ୟ ରାହୁଲ ଗାନ୍ଧୀଙ୍କ ବୟାନକୁ ବିରୋଧ କରିବା ସହ, ସେ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଛନ୍ତି।

ସମ୍ପୂର୍ଣ୍ଣ ଅଧିବେଶନରେ ବିରୋଧୀ, ସରକାରଙ୍କୁ ଘେରିଥିଲା। ଆଜି ଶାସକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିଥିଲା। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ବିରୋଧରେ ଲୋକସଭାରେ ହଙ୍ଗାମା କରିଥିଲେ ଶାସକ ଦଳର ସାଂସଦ। ଖାସକରି ଦଳର ମହିଳା ସାଂସଦ ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ଏପରିକି ତାଙ୍କ ବିରୋଧରେ ନାରାବାଜି କରିଥିଲେ। ଯାହାର ନେତୃତ୍ବ ନେଇଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ଏନେଇ ପ୍ରତିକ୍ରିୟା ରଖି ସ୍ମୃତି ଇରାନି କହିଛନ୍ତି ଯେ, ‘ରେପ ଇନ୍‌ ଇଣ୍ଡିଆ’ ଭଳି ମନ୍ତବ୍ୟ ଦେଇ ରାହୁଲ ଗାନ୍ଧୀ ଯେଉଁ ଦୁଃସାହସର ପରିଚୟ ଦେଇଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏହା ମହିଳାଙ୍କ ସମ୍ମାନର କଥା। ତାଙ୍କର ଏଭଳି ମନ୍ତବ୍ୟ ନିନ୍ଦନୀୟ। ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧକୁ ନେଇ ସଂସଦର ଜଣେ ନିର୍ବାଚିତ ସଦସ୍ୟ ଏଭଳି ମନ୍ତବ୍ୟ ରଖିଛନ୍ତି। ଜଣେ ନେତା ଦେଶର ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଆହ୍ବାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଭିଡିଓ ସୌଜୱନ୍ୟ: ଏଏନଆଇ

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ସଂସଦରେ ରହିବାର କୌଣସି ଅଧିକାର ନାହିଁ। ତାଙ୍କୁ କେବଳ ସଂସଦରେ ନୁହେଁ ବରଂ, ଦେଶବାସୀଙ୍କୁ ମଧ୍ୟ କ୍ଷମା ମାଗିବାର ଆବଶ୍ୟକତା ରହିଛି।

ଝାଡଖଣ୍ଡରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେବା ଅବସରରେ ରାହୁଲ ଗାନ୍ଧୀ ‘ମେକ୍‌ ଇନ୍‌ ଇଣ୍ଡିଆ’ର ତୁଳନା ‘ରେପ ଇନ୍‌ ଇଣ୍ଡିଆ’ ସହ କରି ଭାରତ ଦୁଷ୍କର୍ମକାରୀଙ୍କ ରାଜଧାନୀ ପାଲଟି ଯାଇଥିବା କହିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।

Intro:Body:

BLANK FOR LINK 

Conclusion:
Last Updated : Dec 13, 2019, 2:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.