ETV Bharat / bharat

ଅଭିଭାବକଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଗଣିତରେ ପ୍ରଦର୍ଶନ କରନ୍ତି ପିଲାଏ - ପିଲାଙ୍କ ଗଣିତ ପ୍ରଦର୍ଶନ ଅଭିଭାବକଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ କକରେ ନିର୍ଭର

ୟୁନିଭର୍ସିଟି ଅଫ ସସେକ୍ସ ପକ୍ଷରୁ ଏହି ରିସର୍ଚ୍ଚ ହୋଇଥିଲା । 11 ବର୍ଷ ବୟସ ସୁଦ୍ଧା ଏହି ପିଲାମାନେ ଅନ୍ୟ ପିଲାଙ୍କଠାରୁ ଗଣିତରେ ଅଧିକ ପ୍ରବୀଣ ଓ ଦକ୍ଷ ହୋଇଥାନ୍ତି । ଅଧିକ ପଢନ୍ତୁ...

ଅଭିଭାବକଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଗଣିତରେ ପ୍ରଦର୍ଶନ କରନ୍ତି ପିଲାଏ

author img

By

Published : May 30, 2020, 6:58 PM IST

ସସେକ୍ସ: ଏପରି ଏକ ବିଷୟ ଯାହା ନିଶ୍ଚିତ ଭାବେ ଅନେକ ଲୋକଙ୍କୁ ଚିନ୍ତାରେ ପକାଇବ । ବିଶେଷ କରି ଯେଉଁମାନଙ୍କ ପିଲାଙ୍କ ଗଣିତରେ ପ୍ରଦର୍ଶନ ଭଲ ନଥିବ । କିନ୍ତୁ ଏହା ଆମେ ନୁହେଁ ଏକ ରିସର୍ଚ୍ଚରୁ ଜଣାପଡିଛି । ଯାହାର ବାପା ଓ ମାଆଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ଥିବା ବା ସେମାନେ ଡିଗ୍ରୀଧାର ହୋଇଥିବେ, ସେହି ପିଲା ଗଣିତରେ ଭଲ କରିଥାନ୍ତି ।

Parents educational qualification can help their kids
ଅଭିଭାବକଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଗଣିତରେ ପ୍ରଦର୍ଶନ କରନ୍ତି ପିଲାଏ

ୟୁନିଭର୍ସିଟି ଅଫ ସସେକ୍ସ ପକ୍ଷରୁ ଏହି ରିସର୍ଚ୍ଚ ହୋଇଥିଲା । 11 ବର୍ଷ ବୟସ ସୁଦ୍ଧା ଏହି ପିଲାମାନେ ଅନ୍ୟ ପିଲାଙ୍କଠାରୁ ଗଣିତରେ ଅଧିକ ପ୍ରବୀଣ ଓ ଦକ୍ଷ ହୋଇଥାନ୍ତି । ବାପା ଓ ମାଆଙ୍କ ଶିକ୍ଷା ପିଲା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ସେମାନଙ୍କୁ ପଢାଇବାରେ ଏମାନେ ମୁଖ୍ୟ ଭୂମିକା ନେଇଥାନ୍ତି । ତେବେ ଏହି ରିସର୍ଚ୍ଚରୁ ଜଣାପଡିଥିଲା ଯେ 11 ବର୍ଷ ବୟସ ଯାଏଁ ପୁଅ ପିଲା ଅଧିକ ମାର୍କ ରଖନ୍ତି । ହେଲେ ଏହାପରେ ସେମାନଙ୍କ ଗଣିତରେ ପ୍ରଦର୍ଶନ ଭଲ ନଥାଏ । ସେକେଣ୍ଡାରୀ ଶିକ୍ଷାବେଳେ ଝିଅମାନେ ଗଣିତରେ ଭଲ କରନ୍ତି ।

ପ୍ରଥମେ ପିଲାମାନେ ପାଠ ପଢିବା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରନ୍ତି । ଏପରିକି ସେମାନଙ୍କ ଶିଖିବାର ଇଚ୍ଛା ଅଧିକ ଥାଏ । ଏଥିପାଇଁ ହୁଏତ ଅଭିଭାବକଙ୍କ ପଢାଇବାର ଶୈଳୀ ସେମାନଙ୍କୁ ଅଧିକ ଶିଖିବାକୁ ପ୍ରେରଣା ଦେଇଥାଏ । ଏହାଛଡା ପିଲାଙ୍କ ଗଣିତର ସମସ୍ୟା ଅତିଶୀଘ୍ର ସମାଧାନ କରିବା ଫଳରେ ସେମାନେ ଉତ୍ସାହିତ ହୋଇ ଏହା ପଢିଥାନ୍ତି । କିନ୍ତୁ ଯେତେବେଳେ ଗଣିତରେ ସମାଧାନ ବିଳମ୍ବ ହୁଏ ସେତେବେଳେ ସେମାନେ ଏଥିରୁ ଆଶା ଛାଡିଦିଅନ୍ତି । ସେଥିପାଇଁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ବାପା ଓ ମାଆ ପିଲାଙ୍କୁ ପ୍ରବୀଣ କରିଥାନ୍ତି । କାହିଁକିନା ସେମାନେ ଗଣିତକୁ ସହଜରେ ବୁଝାଇ ପିଲାଙ୍କ ସାମନାରେ ଉପସ୍ଥାପନା କରନ୍ତି ବୋଲି ରିସର୍ଚ୍ଚରମାନେ କହିଛନ୍ତି ।

ତେବେ ରିସର୍ଚ୍ଚରମାନେ ଆଉ ଏକ ତଥ୍ୟ ପ୍ରକାଶ କରିଥିଲେ ଯେଉଁଥିରେ ସେମାନେ କହିଥିଲେ ଯେଉଁ ପିଲା ବାଲ୍ୟାବସ୍ଥାରୁ ଅଧିକ ଭାବାବେଗ ସହ ଜଡିତ ଥିବ ଅଥବା ଇମୋସନାଲ ହୋଇଥିବ ବଡ ହେଲେ ସେ ଗଣିତରେ ଦୁର୍ବଳ ରହିବ । ଏଥିପାଇଁ ମାନସିକ ସ୍ବାସ୍ଥ୍ୟ ଉପରେ ପିଲାବେଳୁ ପ୍ରଭାବ ପଡିଥାଏ ବୋଲି ରିସର୍ଚ୍ଚର କହିଛନ୍ତି । ତେବେ ପିଲାଙ୍କ ବୌଦ୍ଧିକ ବିକାଶ ହେଉ ଅବା ପାଠପଢାରେ ପ୍ରବୀଣତା ସବୁକିଛି ନିର୍ଭର କରେ ବାପା ଓ ମାଆଙ୍କ ଶିକ୍ଷା ଉପରେ । ଘରେ ପଢାଇବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ । ସ୍କୁଲ, ଟିଉସନ ଅପେକ୍ଷା ପିଲା ଘରେ ଅଧିକ ଶିଖିଥାଏ । ସେଥିପାଇଁ ଅଭିଭାବକଙ୍କ ଶିକ୍ଷାଗତ ଯୋଗ୍ୟତା ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ ବୋଲି ରିସର୍ଚ୍ଚର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.