ETV Bharat / bharat

ଉତ୍ତର ପୂର୍ବ ରାଜ୍ୟରେ 100ରୁ ଉର୍ଦ୍ଧ୍ବ ପାରାମିଲିଟାରୀ ଟ୍ରୁପ୍ କୋରୋନା ଆକ୍ରାନ୍ତ - କେନ୍ଦ୍ରୀୟ ଏଜେନ୍ସି

ଉତ୍ତର ପୂର୍ବ ରାଜ୍ୟଗୁଡିକରେ ଶହ ଶହ କେନ୍ଦ୍ରୀୟ ପାରାମିଲିଟାରୀ ଟ୍ରୁପ୍ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀ ମାନେ କୋରୋନା ଆକ୍ରାନ୍ତ ହୋଇଛନ୍ତି।

_corona
ଉତ୍ତର ପୂର୍ବ ରାଜ୍ୟଗୁଡିକରେ 100ରୁ ଉର୍ଦ୍ଧ୍ବ ପାରାମିଲିଟାରୀ ଟ୍ରୁପ୍ କୋରୋନା ଆକ୍ରାନ୍ତ
author img

By

Published : Jul 15, 2020, 6:20 PM IST

ନୂଆଦିଲ୍ଲୀ: ଉତ୍ତର ପୂର୍ବ ରାଜ୍ୟରେ ଶହ ଶହ କେନ୍ଦ୍ରୀୟ ପାରାମିଲିଟାରୀ ଟ୍ରୁପ୍ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନେ କୋରୋନା ଆକ୍ରାନ୍ତ ହୋଇଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଦ କେ ସଙ୍ଗମା ଟ୍ବିଟ ଜରିଆରେ କହିଛନ୍ତି, ରାଜ୍ୟରେ 318 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 186 ବିଏସଏଫ ଯବାନ ସାମିଲ ଅଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏ.ଏଲ ହେକ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୁଇଜଣ ଭାରତୀୟ ବାୟୁସେନା କର୍ମଚାରୀ ଏବଂ ଦୁଇ ଜଣ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର କୋରୋନା ସଂକ୍ରମିତ ହୋଇଛନ୍ତି ।

ମିଜୋରାମରେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, 26 ଜଣ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ଆସାମର 21 ରାଇଫଲ ଏବଂ 19 ବିଏସଏଫ ଯବାନ ରାଜ୍ୟରେ କୋରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଏନଡିଆରଏଫ ଅଧିକାରୀ ଆସାମ, ମଣିପୁର, ହରିୟାଣା ଏବଂ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ ।

ତ୍ରିପୁରାରେ ମୋଟ 200 ବିଏସଏଫ ଯବାନ ଏବଂ ସେମାନଙ୍କ ପରିବାର ସଦସ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଠାରେ ସବୁଠାରୁ ଆଶ୍ବସ୍ତିକର ଖବର ହେଉଛି ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.