ETV Bharat / bharat

ପାରାଗ୍ଲାଇଡିଂର ମଜା ନେଉଛନ୍ତି 71ବର୍ଷିୟା ବୃଦ୍ଧା, ଦେଖନ୍ତୁ ଭିଡିଓ

author img

By

Published : Oct 17, 2019, 2:33 PM IST

ହିମାଚଳପ୍ରଦେଶ କୁଲ୍ଲୁରେ ସଫଳ ପାରାଗ୍ଲାଇଡିଂ କରି ଚର୍ଚ୍ଚାରେ 71 ବର୍ଷୀୟ ବୃଦ୍ଧା ସନ୍ତୋଷ ମିଶ୍ରା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସିମଲା: ହିମାଚଳପ୍ରଦେଶର ବିଲାସପୁର ଜିଲ୍ଲାର ଜଣେ ବୃଦ୍ଧାଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବୃଦ୍ଧା ଜଣଙ୍କ ହଜାର ଫୁଟ ଉଚ୍ଚରେ ପାରାଗ୍ଲାଇଡିଂ କରୁଥିବା ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛିଯେ, ଏତେ ଉଚ୍ଚତାରେ ଥାଇ ମଧ୍ୟ ତାଙ୍କ ମୁହଁରେ ଟିକେ ଭୟ ଦେଖିବାକୁ ମିଳିନାହିଁ । ସେ ସାହିକତାର ସହ ଏହାକୁ କରିଦେଖାଇବା ସହ ଖୁବ ମଜା ନେଇଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସୂଚନାମୁତାବକ, ବିଳାସପୁର ନିବାସୀ 71 ବର୍ଷୀୟ ସନ୍ତୋଷ ମିଶ୍ରା ନିଜ ପୁଅର ଜନ୍ମଦିନ ପାଳିବା ପାଇଁ କୁଲ୍ଲୁ ଯାଇଥିଲେ । ଏହି ସମୟରେ ସେ ପାରାଗ୍ଲାଇଡିଂ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପରିବାର ଲୋକଙ୍କ ମନା କରିବାପରେ ମଧ୍ୟ ସେ ଶୁଣିନଥିଲେ । ଆଉ ବହୁତ ଭଲ ଭାବେ ପାରାଗ୍ଲାଇଡିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ ।

ସନ୍ତୋଷ ମିଶ୍ରାଙ୍କ କହିବାନୂଯାୟୀ, ପାରାଗ୍ଲାଇଡିଂ ତାଙ୍କୁ ବହୁତ ଭଲ ଲାଗିଲା । ଏହି ସ୍ମୃତି ତାଙ୍କର ଚିରଦିନ ପାଇଁ ମନେରହିବ । ସେପଟେ ତାଙ୍କ ପୁଅ ଅଭିଷେକ ମିଶ୍ରା କହିଛନ୍ତି ଯେ, ତାଙ୍କ ମାଆ ଏଭଳି ସଫଳ ପାରାଗ୍ଲାଇଡିଂ କରିପାରିବେ ବୋଲି ଆମେ କେବେ ଭାବି ନଥିଲୁ । ଏହାପୂର୍ବରୁ ମଧ୍ୟ କୁଲ୍ଲୁରେ ଉତ୍ତରପ୍ରଦେଶର ବିପିନ ସାହୁ ପାରାଗ୍ଲାଇଡିଂ କରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.