ଡେରାଡୁନ: ଟ୍ରେନ ଯାତ୍ରା କରିବାବେଳେ ଜଣେ ବ୍ୟକ୍ତିଙ୍କ କୋରୋନା ପଜିଟିଭ ରିପୋର୍ଟ ଆସିଛି । ଯାହାକୁ ନେଇ ସାଥୀରେ ଥିବା ସହଯାତ୍ରୀମାନେ ଛାନିଆ ହୋଇଛନ୍ତି । ରବିବାର ଏହି ଘଟଣା ଘଟିଥିବା ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ଡେରାଡୁନ ଅଭିମୁଖେ ଯାତ୍ରା କରୁଥିବା ଜନ ଶତାବ୍ଦୀ ଏକ୍ସପ୍ରେସରେ ଜଣେ 48 ବର୍ଷିୟ ବ୍ୟକ୍ତି ଯାତ୍ରା କରୁଥିଲେ । ତାଙ୍କ ଘର ରିଷିକେଶର ଶ୍ୟାମପୁରରେ ହୋଇଥିବାବେଳେ ସେ ନୋଏଡାର ବ୍ୟାଟେରୀ ଫାର୍ମରେ କାମ କରନ୍ତି । ଗାଜିଆବାଦରୁ ସେ ଅପରାହ୍ନରେ ଟ୍ରେନ ଧରିଥିଲେ । ତେବେ ଯାତ୍ରା ମଝିରେ ତାଙ୍କ ପାଖକୁ କୋଭିଡ 19 ସାମ୍ପଲର ରିପୋର୍ଟ ଆସିଥିଲା । ନୋଏଡାରେ ସେ ଏହି ପରୀକ୍ଷା ଦେଇଥିବାବେଳେ ତାଙ୍କ ମୋବାଇଲରେ ପଜିଟିଭ ରିପୋର୍ଟ ପଠାଯାଇଥିଲା ।
ରିପୋର୍ଟରେ ନିଜେ ଆକ୍ରାନ୍ତ ହୋଇଥିବାର ଜାଣି ସଙ୍ଗେ ସଙ୍ଗେ ସେ କୋଭିଡ 19 କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇ ଦେଇଥିଲେ । ତେବେ ତାଙ୍କ ରିପୋର୍ଟ ସମ୍ପର୍କରେ ଜାଣିବା ପରେ ସାଥୀ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସମସ୍ତେ ଛାନିଆ ହୋଇଯାଇଥିଲେ । ତାଙ୍କଠାରୁ ଦୂରତ୍ବ ବଜାୟ ରଖିଥିଲେ । ସାମ୍ପଲ ରିପୋର୍ଟ ଆସିନଥିବାବେଳେ ତାଙ୍କୁ ଯାତ୍ରା ପାଇଁ କିପରି ଅନୁମତି ମିଳିଲା ସେ ଉପରେ ପ୍ରଶ୍ନ ଉଠାଇଥିଲେ ସହଯାତ୍ରୀ । ହରିଦ୍ବାର ଜିଆରପି ପକ୍ଷରୁ ଏନେଇ ଉତ୍ତର ପ୍ରଦେଶ ଗାଜିଆବାଦର ବିଭାଗୀୟ ଅଧିକାରୀଙ୍କୁ ନୋଟିସ ପଠାଯାଇଥିଲା । ନିୟମ ଅନୁସାରେ କ୍ବାରେଣ୍ଟାଇନରେ ରହିବା ବଦଳରେ ସେ କିପରି ଟ୍ରେନ ଯାତ୍ରା କରିଥିଲେ ସେନେଇ ଉତ୍ତର ମାଗିଛନ୍ତି ଜିଆରପି ଷ୍ଟେସନ ଅଫିସର ।
ଖବର ଅନୁସାରେ ତାଙ୍କ କମ୍ପାନୀରେ ହିଁ ତାଙ୍କର ସାମ୍ପଲ ସଂଗ୍ରହ କରାଯାଇଥିଲା । କମ୍ପାନୀ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଅଧିକାରୀ ତାଙ୍କୁ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବାକୁ କହିବା ବଦଳରେ ଯାତ୍ରା କରିବାକୁ ଅନୁମତି ଦେବା ଉପରେ ଟ୍ରେନରେ ଥିବା ଅନ୍ୟ ଯାତ୍ରୀ ଆପତ୍ତି ଉଠାଇଥିଲେ । ତେବେ ଟ୍ରେନ ହରିଦ୍ବାରରେ ପହଞ୍ଚିବା ପରେ ଉକ୍ତ ଯାତ୍ରୀଙ୍କୁ ମେଲା ହସ୍ପିଟାଲର କୋଭିଡ 19 ଆଇସୋଲେସନ୍ ସେଣ୍ଟର ପଠାଯାଇଥିଲା । ସେହିପରି ବଗିରେ ଥିବା 22 ଜଣ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏମାନେ ସମସ୍ତେ ହରିୟାଣା ଏବଂ ରାଜସ୍ଥାନରୁ ହରିଦ୍ବାର ଫେରୁଥିଲେ ବୋଲି ଜଣାପଡିଛି ।
ଯାତ୍ରା ସମୟରେ ମିଳିଲା ପଜିଟିଭ ରିପୋର୍ଟ, ସହଯାତ୍ରୀ ଛାନିଆ - ଯାତ୍ରା ସମୟରେ ମିଳିଲା ପଜିଟିଭ ରିପୋର୍ଟ
ଟ୍ରେନ ଯାତ୍ରା କରିବାବେଳେ ଜଣେ ବ୍ୟକ୍ତିଙ୍କ କୋରୋନା ପଜିଟିଭ ରିପୋର୍ଟ ଆସିଛି । ଯାହାକୁ ନେଇ ସାଥୀରେ ଥିବା ସହଯାତ୍ରୀମାନେ ଛାନିଆ ହୋଇଛନ୍ତି । ଅଧିକ ପଢନ୍ତୁ...