ETV Bharat / bharat

ଲକଡାଉନରେ ଗୁପଚୁପ୍ ପ୍ରେମୀଙ୍କ ସାହାରା ସାଜିଥିଲା ଗୁଗୁଲ୍

ଗୁପଚୁପ୍ ହେଉଛି ଭାରତର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଷ୍ଟ୍ରିଟ୍ ଫୁଡ୍ । ଆଉ ସବୁଠାରୁ ରୋଚକ ତଥ୍ୟ ହେଉଛି ଲକଡାଉନ୍ ସମୟରେ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଷ୍ଟ୍ରିଟ୍ ଫୁଡ୍ ହେଉଛି ଗୁପଚୁପ୍ ।

ଲକଡାଉନରେ ଗୁପଚୁପ୍ ପ୍ରେମୀଙ୍କ ସାହାରା ସାଜିଥିଲା ଗୁଗୁଲ୍
ଲକଡାଉନରେ ଗୁପଚୁପ୍ ପ୍ରେମୀଙ୍କ ସାହାରା ସାଜିଥିଲା ଗୁଗୁଲ୍
author img

By

Published : Jun 17, 2020, 8:31 PM IST

ହାଇଦ୍ରାବାଦ: ଧିରେଧିରେ ଖୋଲୁଛି ଲକଡାଉନ୍ । ତଥାପି ଏହି ମହାମାରୀ ସହ ଲଢିବା ପାଇଁ ଆମକୁ କିଛି ନିୟମ ପାଳନ କରିବାକୁ ପଡିବ | କିନ୍ତୁ, ଯେହେତୁ ଲୋକଙ୍କୁ ବାହାରକୁ ଯିବାର ସୁଯୋଗ ମିଳିଛି ଲୋକେ ବଜାର ଯାଇ ନିଜ ମନପସନ୍ଦର ବ୍ୟଞ୍ଜନ ଉପଭୋଗ କରୁଛନ୍ତି । ଖୁବ୍ ଶୀଘ୍ର ଲୋକମାନେ ଘରୁ ବାହାରକୁ ଆସି ଚଟପଟା ଖାଇବାର ମଜା ନେବେ । ପୁଣି ଏସବୁ ଦୋକାନରେ ଭିଡ ଜମିବ ।

ତେବେ ଆମେ ସମସ୍ତେ ଜାଣିଛେ ଏହି ଲକଡାଉନରେ ସବୁଠାରୁ ଗୁପଚୁପ କୁ ହିଁ ଲୋକେ ଅଧିକ ମିସ୍ କରିଛନ୍ତି । କାରଣ ଗୁପଚୁପ ହେଉଛି ଭାରତର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଷ୍ଟ୍ରିଟ୍ ଫୁଡ୍ । ଆଉ ସବୁଠାରୁ ରୋଚକ ତଥ୍ୟ ହେଉଛି ଲକଡାଉନ୍ ସମୟରେ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଷ୍ଟ୍ରିଟ୍ ଫୁଡ୍ ହେଉଛି ଗୁପଚୁପ୍ ।

କେବଳ ସେତିକି ନୁହେଁ ଲକଡାଉନ ସମୟରେ ଏହାକୁ ସମସ୍ତେ ଘରେ ମଧ୍ୟ ପ୍ରସ୍ତୁତ କରିଥିଲେ । କାରଣ ଏହାଛଡା ସେମାନଙ୍କ ପାଖେ କୌଣସି ବିକଳ୍ପ ନଥିଲା ।

ତେବେ ଏହି ଗୁପଚୁପ୍ କେଉଁଠୁ ଆସିଲା କେମିତି ଆସିଲା ଏହା ବିଷୟରେ ଅନେକ ରୋଚକ କାହାଣୀ ମଧ୍ୟ ରହିଛି । ଖାଦ୍ୟ ଐତିହାସିକ ଡଃ କୁଶୂଶ ଡାଲାଲ କହିଛନ୍ତି ଯେ ସପ୍ତଦଶ ଶତାବ୍ଦୀରେ ମୋଗଲ ସମ୍ରାଟ ଶାହା ଜାହାନଙ୍କ ସମୟରେ ଉତ୍ତର ଭାରତରେ ଏହାକୁ ପ୍ରସ୍ତୁତ କରାଯାଇଥିଲା ।

କୁହାଯାଏ ଯେ ଏହା ପରେ ହିଁ ଲୋକମାନେ ଗୁପଚୁପ୍ ପ୍ରସ୍ତୁତ କରିଥିଲେ । ତା’ପରେ ଶ୍ରମିକମାନେ କାମ ସନ୍ଧାନରେ ଅନ୍ୟ ସହରକୁ ଯିବା ଆରମ୍ଭ କଲେ । ଏବଂ ସେଠାରେ ମଧ୍ୟ ଗୁପଚୁପ୍ କରିବା ଆରମ୍ଭ କରିଥିଲେ । ପରେ ଏହି ଷ୍ଟ୍ରିଟ୍ ଫୁଡ୍ ସମଗ୍ର ଦେଶରେ ସବୁଠାରୁ ଲୋକପ୍ରିୟ ସ୍ନାକ୍ସ ମଧ୍ୟରୁ ଗୋଟିଏ ହୋଇଗଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.