ETV Bharat / bharat

ଗଣତନ୍ତ୍ରର ମୂଳଦୂଆକୁ ମଜବୁତ କରିବାରେ ପଞ୍ଚାୟତିରାଜର ଭୂମିକା ଉଲ୍ଲେଖନୀୟ: ଉପରାଷ୍ଟ୍ରପତି

ଜାତୀୟ ପଞ୍ଚାୟତିରାଜ ଦିବସରେ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ବିକେନ୍ଦ୍ରୀକରଣ ଶାସନ ଏବଂ ଯୋଜନାରେ ଦେଶର ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ...

author img

By

Published : Apr 24, 2020, 12:11 PM IST

ଗଣତନ୍ତ୍ରର ମୂଳଦୂଆକୁ ମଜବୁତ କରିବାରେ ପଞ୍ଚାୟତିରାଜର ଭୂମିକା ଉଲ୍ଲେଖନୀୟ: ଉପରାଷ୍ଟ୍ରପତି
ଗଣତନ୍ତ୍ରର ମୂଳଦୂଆକୁ ମଜବୁତ କରିବାରେ ପଞ୍ଚାୟତିରାଜର ଭୂମିକା ଉଲ୍ଲେଖନୀୟ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜାତୀୟ ପଞ୍ଚାୟତିରାଜ ଦିବସରେ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ଦେଶରେ ଗଣତନ୍ତ୍ରର ମୂଳଦୁଆକୁ ମଜବୁତ କରିବାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ବିଶେଷ ଅବଦାନ ରହିଥିବା କହିଛନ୍ତି ଭେଙ୍କେୟା ।

ଉପରାଷ୍ଟ୍ରପତି କହିଛନ୍ତି ଯେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକ ବିକେନ୍ଦ୍ରୀକରଣ ଶାସନ ଏବଂ ଯୋଜନାରେ ଦେଶର ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ରାଜ୍ୟଗୁଡିକ ପଞ୍ଚାୟତକୁ ସମ୍ପୂର୍ଣ୍ଣ ସଶକ୍ତ କରିବାର ଆବଶ୍ୟକତା ରହିଛି । 73 ତମ ସାମ୍ବିଧାନିକ ସଂଶୋଧନ ଲାଗୁ ହେବା ପରଠାରୁ ସ୍ଥାନୀୟ ସ୍ବାୟତଶାସନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହୋଇଛି । ତଥାପି ଆହୁରି ଅନେକ କିଛି କରିବା ଆବଶ୍ୟକ ଅଛି ବୋଲି କହିଛନ୍ତି ଭେଙ୍କେୟା ।

ଉପରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି ଯେ କହିଛନ୍ତି ଯେ ରାଜ୍ୟଗୁଡିକୁ ତିନୋଟି Fs - ପାଣ୍ଠି ଜରିଆରେ ପଞ୍ଚାୟତକୁ ସମ୍ପୂର୍ଣ୍ଣ ସଶକ୍ତ କରିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପଞ୍ଚାୟତିରାଜ ଦିବସ ଅବସରରେ ଭିଡିଓ କନଫରେନନ୍ସ ଜରିଆରେ ଦେଶର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ସମ୍ବୋଧିତ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଇ-ଗ୍ରାମସ୍ବରାଜ ପୋର୍ଟାଲର ଲଞ୍ଚ କରିଛନ୍ତି । ଏହି ପୋର୍ଟାଲ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ ପଦକ୍ଷେପ ଯାହା ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ପ୍ରସ୍ତୁତ କରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.