ନୂଆଦିଲ୍ଲୀ: ପ୍ୟାନକାର୍ଡ କରି ନଥିବା ଲୋକଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କ ପାଖରେ ଅଛି ଆଧାରକାର୍ଡ ଜମାରୁ ବି ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଆଧାରକାର୍ଡ ଥିଲେ ଆୟକର ବିଭାଗ ଆପଣଙ୍କୁ ନିଜ ଆଡୁ ପ୍ରସ୍ତୁତ କରି ଦେବ ପ୍ୟାନକାର୍ଡ । ଏନେଇ ସୋମବାର ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗ କହିଛି ଯେଉଁମାନେ ଆଧାରକାର୍ଡ ଜରିଆରେ ଟ୍ୟାକ୍ସ ଦେଉଛନ୍ତି ସେମାନଙ୍କୁ ବିଭାଗ ନିଜ ଆଡୁ ପ୍ୟାନକାର୍ଡ ଜାରି କରି ଘରକୁ ପଠାଇଦେବ ।
ଚଳିତ ବର୍ଷ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଥିଲେ, ଆୟକର ଟ୍ୟାକ୍ସ ରିଟର୍ଣ୍ଣ କରିବା ପାଇଁ ପ୍ୟାନକାର୍ଡ ଅର୍ନିବାର୍ଯ୍ୟ ନୁହେଁ । ଆଧାରକାର୍ଡ ଜରିଆରେ ଟ୍ୟାକ୍ସ ଦିଆଯାଇପାରିବ । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆୟକର ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଯେଉଁମାନେ ଆଧାରକାର୍ଡରେ ଆୟକର ଟ୍ୟାକ୍ସ ଦେଉଛନ୍ତି ସେମାନଙ୍କୁ ବିଭାଗ ନିଜ ଆଡୁ ପ୍ୟାନକାର୍ଡ ଜାରି କରିବ ।