ETV Bharat / bharat

ଏବେ ବି ଯେଉଁଠି ପହଞ୍ଚିପାରିନି କୋରୋନା...

ଉତ୍ତର ପ୍ରଶାନ୍ତ ମହାସାଗରର ଟ୍ରୋପିକାଲ ଆଇଲାଣ୍ଡ ପାଲାଓରେ ଏପର୍ଯ୍ୟନ୍ତ କୋଭିଡ-19 ପଜିଟିଭ ବାହାରିନାହିଁ । ମୋଟ 500 ଛୋଟ ଦ୍ବୀପଙ୍କୁ ନେଇ ଗଠିତ ଏହି ଷ୍ଟେଟରେ ମାତ୍ର 18 ହଜାର ଲୋକ ବାସ କରନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Apr 16, 2020, 11:16 PM IST

ଏବେ ବି ଯେଉଁଠି ପହଞ୍ଚିପାରିନି କୋରୋନା...
ଏବେ ବି ଯେଉଁଠି ପହଞ୍ଚିପାରିନି କୋରୋନା...

କୋରୋର(ପାଲାଓ): କୋରୋନାର ପ୍ରକୋପ ବିଶ୍ବବ୍ୟାପୀ ଖେଳିଯାଇଛି । ବିଶ୍ବର ସମସ୍ତ ଦେଶ ଏହା କବଳରେ ପଡିଛନ୍ତି । କୌଣସି ରାଷ୍ଟ୍ର ମଧ୍ୟ କୋଭିଡ 19ରୁ ବଞ୍ଚିନାହାନ୍ତି । ସାରା ବିଶ୍ବରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇସାରିଲାଣି କୋରୋନା । ହେଲେ ଏବେ ବି କିଛି ଜାଗା ଅଛି ଯେଉଁଠି ଏହି ମହାମାରୀ ପହଞ୍ଚିପାରିନି ।

ଉତ୍ତର ପ୍ରଶାନ୍ତ ମହାସାଗରର ଟ୍ରୋପିକାଲ ଆଇଲାଣ୍ଡ ପାଲାଓରେ ଏପର୍ଯ୍ୟନ୍ତ କୋଭିଡ-19 ପଜିଟିଭ ବାହାରି ନାହିଁ । ମୋଟ 500 ଛୋଟ ଦ୍ବୀପଙ୍କୁ ନେଇ ଗଠିତ ଏହି ଷ୍ଟେଟରେ ମାତ୍ର 18 ହଜାର ଲୋକ ବାସ କରନ୍ତି । ଏଠାରେ ସାମୋଆ, ତୁର୍କମେନିସ୍ତାନ, ଉତ୍ତର କୋରିଆର ଲୋକ ରହିଆସୁଛନ୍ତି । ଆଣ୍ଟାର୍କଟିକାର ଅଧୀନରେ ଏହା ଆସୁଥିବାବେଳେ ଏଠାରେ ଏହି ମହାଦେଶର ପ୍ରଭାବ ପଡିଥାଏ ।

ଏହି ଦେଶର ସବୁଠୁ ନିକଟବର୍ତ୍ତୀ ପଡୋଶୀ ଦେଶ ଶହ ଶହ କିଲୋମିଟର ଦୂରରେ ଅବସ୍ଥିତ । ଏହାକୁ ଚାରିଆଡୁ ଘେରି ରହିଛି ବିଶାଳ ପ୍ରଶାନ୍ତ ମହାସାଗର । ଏହି ମହାସାଗର ଏହା ପାଇଁ ସାଜିଛି ସୁରକ୍ଷା କବଚ । ଏବେ ଯାଏଁ ଏଠାରେ ବିଦେଶରୁ କୌଣସି କୋରୋନା ଆକ୍ରାନ୍ତଙ୍କ ପାଦ ପଡିନାହିଁ । ଫଳରେ ଦେଶରେ ଜଣେ ବି କୋଭିଡ-19 ପଜିଟିଭ ବାହାରିନାହାନ୍ତି । ତେବେ ନିଜ ଆଇଲାଣ୍ଡ ମଧ୍ୟରେ ମଧ୍ୟ ଏହା କଡା ଭ୍ରମଣ କଟକଣା ଲାଗୁ କରିଛି । ସେଥିପାଇଁ ଟୋଙ୍ଗା, ସୋଲୋମନ ଦ୍ବୀପ, ମାର୍ଶାଲ ଓ ମାଇକ୍ରୋନେସିଆ ଭଳି ଯାଗାରେ କୋରୋନା ଭୂତାଣୁ ଦେଖାଦେଲେ ମଧ୍ୟ ଏଠାକୁ ଆସିପାରିନାହାନ୍ତି । ଏହିସବୁ ଦ୍ବୀପରୁ ନିୟମିତ ଲୋକେ ପାଲାଓକୁ ଆସିଥାନ୍ତି ।

ତେବେ ଏତେ ଦୂରରେ ରହି ମଧ୍ୟ କୋରୋନା କବଳରୁ ବଞ୍ଚିବା ଅସମ୍ଭବ । କାରଣ ବିଶ୍ବର କୋଣ ଅନୁକୋଣରେ ଏହି ରୋଗ ପହଞ୍ଚିସାରିଛି । ଉତ୍ତର ମାରିଆନା ଦ୍ବୀପରେ ଏହି ରୋଗର ପ୍ରଥମ ମାମଲା ସାମନାକୁ ଆସିବା ସହ ତାଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏହି ଦ୍ବୀପରୁ ପାଲାଓ ବେଶୀ ଦୂର ନୁହେଁ । ତଥାପି ଏବେ ପର୍ଯ୍ୟନ୍ତ ସ୍ଥାନୀୟ ସରକାର ଏହାକୁ ନିଜ ଦେଶରେ ପଶାଇବାକୁ ଦେଇନାହାନ୍ତି । ତେବେ ଲୋକଙ୍କ ମଧ୍ୟରେ ଡର ଓ ଉତ୍ସାହ ଲାଗି ରହିଛି । ସାରା ବିଶ୍ବର ଖବର ଉପରେ ସମସ୍ତଙ୍କ ନଜର ରହିଛି । ଡର ରହିଛି କେତେବେଳେ ବି ଏହି ମହାମାରୀ ଦେଶକୁ ଆକ୍ରମଣ କରିପାରେ । ଏପରି ବି ହୋଇପାରେ ଏହା ଦ୍ବୀପରେ ଲୁଚି ରହିଛି ଏବଂ ଏବେ ଯାଏଁ ଚିହ୍ନଟ ହୋଇପାରିନାହିଁ ।

କୋରୋନାର ଡର ଏପରି ଘାରିଛି ଯେ ଏଠାକାର ଲୋକେ ମଧ୍ୟ ଛାନିଆ ଓ ଟେନସନ ହୋଇଛନ୍ତି । ୱାର୍କିଂ ଦିନରେ ବି ଦୋକାନମାନଙ୍କରେ ପ୍ରବଳ ଭିଡ ଲାଗୁଛି । ଏପରିକି ଜଣେ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ନିକଟରେ କ୍ବାରେଣ୍ଟାଇନରେ ରଖାଯାଇଛି । ତାଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି । ହେଲେ ଏହି ଖବର ଲୋକଙ୍କୁ ଭୟଭୀତ କରିଛି । ଏପରିକି ଏଠାରେ ଆଣ୍ଟର୍କାଟିକା ଉପରେ ରିସର୍ଚ୍ଚ କରୁଥିବା କିଛି ଅଷ୍ଟ୍ରେଲିଆନଙ୍କୁ ପୃଥକ ବେସରେ ରଖାଯାଇଛି । ଫଳରେ ସମଗ୍ର ପାଲାଓ ଚିନ୍ତାମୁକ୍ତ ଅଛି ବୋଲି ପ୍ରଶାସନ କହିଛି ।

ତଥାପି ଦେଶବାସୀ ଚିନ୍ତାରେ ରହିଛନ୍ତି । ଏପରିକି କେତେକ ଜାଗାରେ ଏବେ ବି ହ୍ୟାଣ୍ଡ ସାନିଟାଇଜର ଓ ମାସ୍କର ଅଭାବ ଦେଖିବାକୁ ମିଳିଲାଣି । କୋରୋନା ଯେପରି ଭାବେ ମାଡି ଚାଲିଛି ଡର ରହିଛି କେତେବେଳେ କେଉଁ କାରଣରୁ ଏହା ଦେଶରେ ପ୍ରବେଶ କରିପାରେ । ପାଶ୍ବବର୍ତ୍ତୀ ଜାଗା ଗୁଆମରେ 50ରୁ ଅଧିକ ମାମଲା ସାମନାକୁ ଆସିଛି । ଏଠାରେ ଥିବା ଏୟାରଲାଇନ୍ସ ଉପରେ ସବୁବେଳେ ପାଲାଓ ନିର୍ଭର କରୁଥିବାରୁ ଏହାକୁ ନେଇ ଚିନ୍ତା ଦେଖାଦେଇଛି । ଲୋକେ ସାମାଜିକ ଦୂରତା ପାଳିବା ଆରମ୍ଭ କରିଦେଇଛନ୍ତି । ଡାକ୍ତରମାନେ ତାଇୱାନରୁ ଟେଷ୍ଟ କିଟ୍ ଆସିବାକୁ ଅପେକ୍ଷା କରିଛନ୍ତି । ସରକାରଙ୍କ ପକ୍ଷରୁ 5ଟି ଆଇସୋଲେସନ ରୁମ ତିଆରି ହୋଇଛି । ପ୍ରତି ରୁମରେ 14 ଜଣ ଆକ୍ରାନ୍ତ ରହିପାରିବେ ।

ଯଦିଚ ଏପର୍ଯ୍ୟନ୍ତ ଏଠାରେ କୋରୋନା ଆକ୍ରାନ୍ତ ବାହାରି ନାହାନ୍ତି ତେବେ ସରକାର ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାର ଦୃଢତାର ସହ କହିଛନ୍ତି ଯେ ଦେଶରେ କୌଣସି ପ୍ରକାର ଏହି ଭୂତାଣୁକୁ ପଶିବାକୁ ଦିଆଯିବ ନାହିଁ । ହେଲେ ନିଶ୍ଚିତ ଭାବେ ଏହି କୋଭିଡ-19 ମହାମାରୀ ପାଲାଓକୁ ଗ୍ରାସ କରିବ । କାରଣ ଏହି ଦେଶ ପର୍ଯ୍ୟଟନ ଉପରେ ଅନେକ ନିର୍ଭରଶୀଳ । ଏହାସହ କେତେକ ଦେଶବାସୀ ମଧ୍ୟ ବାରମ୍ବାର ବାହାରକୁ ଟ୍ରାଭେଲ କରନ୍ତି । ଫଳରେ କେଉଁ ମୂହୁର୍ତ୍ତରେ ଦେଶରେ ପ୍ରଥମ ପଜିଟିଭ ବାହାରିବ ସେନେଇ ଲୋକେ ଚିନ୍ତାରେ । ଏହା ସରକାରଙ୍କ ପାଇଁ କଠିନ ପରୀକ୍ଷା ହେବ । କାରଣ ଛୋଟ ଦେଶରେ ଏହାର ସଂକ୍ରମଣ ରୋକିବା କାଠିକର ପାଠ ହେବ । ସେହିପରି ପର୍ଯ୍ୟଟକ ଆସିବା କମିଯାଇଥିବାରୁ ଏଠାରେ ଆର୍ଥିକ ବ୍ୟବସ୍ଥା ମଧ୍ୟ ଦୋହଲି ଯାଇଛି । ଯାହା ସରକାରଙ୍କ ଚିନ୍ତା ବଢାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.