ETV Bharat / bharat

କୋରୋନା ଆତଙ୍କ: ପାକିସ୍ତାନରେ 1000 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Mar 25, 2020, 2:08 PM IST

ପାକିସ୍ତାନରେ 1000 କୋରୋନା ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 7ଜଣଙ୍କର ମୃତ୍ୟୁ ଘଟିଛି ।

Covid-19 latest news
ପାକିସ୍ତାନରେ 1000 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଇସଲାମାବାଦ: ସମଗ୍ର ବିଶ୍ବର 196ଟି ଦେଶ ବର୍ତ୍ତମାନ କୋରୋନା କବଳରେ ରହିଛି । ଏହା ମଧ୍ୟରେ ବର୍ତ୍ତମାନ 4 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ମାରାତ୍ମକ କୋରୋନା ଭାଇରସର ଆକ୍ରାନ୍ତ ଅଛନ୍ତି । ତେବେ ଏହା କ୍ରମରେ କେବଳ ପାକିସ୍ତାନରେ 1000 କୋରୋନା ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 7ଜଣଙ୍କର ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ମୋଟ୍‌ 4 ଲକ୍ଷ 23 ହଜାର 670 ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ଲକ୍ଷେ 8 ହଜାର 629 ଜଣ ସୁସ୍ଥ ହୋଇଥିବାବେଳେ 18 ହଜାର 923 ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ଭାରତରେ 563 ଜଣ ଆକ୍ରାନ୍ତ ହୋଇଥିବାବେଳେ 10 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ 40 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନାଥାଉକି, ଦେଶରେ କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାରା ଦେଶକୁ 21 ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.