ETV Bharat / bharat

ଭାରତ ବିରୋଧରେ ପାକିସ୍ତାନ ସହ ହାତ ମିଳାଇବ ବାଂଲାଦେଶ ! - ଭାରତ-ଚୀନ ତିକ୍ତତା

ଜୁଲାଇ 22 ରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଫୋନରେ କଥା ହୋଇଥିଲେ । ସେମାନେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ସାର୍କ ସମ୍ମିଳନୀ ମାଧ୍ୟମରେ ଆଞ୍ଚଳିକ ସହଯୋଗ ବୃଦ୍ଧି ବିଷୟରେ ମଧ୍ୟ ଆଲୋଚନା କରିଥିବା ଜଣାଯାଇଛି ।

ପାକିସ୍ତାନ ସହ ହାତ ମିଳାଇବ ବାଂଲାଦେଶ
ପାକିସ୍ତାନ ସହ ହାତ ମିଳାଇବ ବାଂଲାଦେଶ
author img

By

Published : Jul 27, 2020, 2:03 PM IST

ଢାକା: ଅତ୍ୟାଚାର କାରଣରୁ 1971 ମସିହାରେ ଦେଶର ଏକ ବଡ ଅଂଶ ହରାଇଥିବା ପାକିସ୍ତାନ ବର୍ତ୍ତମାନ ନିଜର ପରମବନ୍ଧୁ ଚୀନ ନିର୍ଦ୍ଦେଶରେ ବାଂଲାଦେଶ ସହ ବନ୍ଧୁତା ବୃଦ୍ଧି କରିବାକୁ ଚେଷ୍ଟା କରୁଛି । ଭାରତ-ଚୀନ ତିକ୍ତତା ମଧ୍ୟରେ ପାକିସ୍ତାନ ବାଂଲାଦେଶ ସହ ସମ୍ପର୍କ ଗଢିବାର ପ୍ରୟାସ କରୁଛି । ତେବେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ଟେଲିଫୋନିକ୍ ଆଲୋଚନା ଉଭୟ ଦେଶର ସମ୍ପର୍କକୁ ବୃଦ୍ଧି କରିବାର ସମ୍ଭାବନାକୁ ଦର୍ଶାଉଛି ।

ଜୁଲାଇ 22 ରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ସମୟରେ ଉଭୟ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଉଭୟ ଦେଶରେ ବନ୍ୟା ପରିସ୍ଥିତି ଏବଂ କୋରୋନା ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ ବୋଲି ଜଣାପଡିଛି । ତେବେ ସେମାନେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ସାର୍କ ସମ୍ମିଳନୀ ମାଧ୍ୟମରେ ଆଞ୍ଚଳିକ ସହଯୋଗ ବୃଦ୍ଧି ବିଷୟରେ ମଧ୍ୟ ଆଲୋଚନା କରିଥିବା ଜଣାଯାଇଛି । ଇମ୍ରାନ ଖାନ ଭାରତ ସହ ପ୍ରସଙ୍ଗକୁ ନେଇ ମଧ୍ୟ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା ରଖିଛନ୍ତି ।

ତେବେ ଯଦିଓ ରାଜନୈତିକ ପଣ୍ଡିତମାନେ ବାଂଲାଦେଶର ପରବର୍ତ୍ତୀ କାର୍ଯ୍ୟକଳାପ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତଥାପି ଅନେକେ ବିଶ୍ବାସ କରନ୍ତି ଯେ ଇସଲାମାବାଦ ଏବଂ ଢାକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତି ସେମାନଙ୍କ ଅତୀତର ଇତିହାସକୁ ଦେଖିବାର ସମ୍ଭାବନା ଅଧିକ ରହିଛି । ତେବେ ଯଦି ପାକିସ୍ତାନର ଆହ୍ବାନକୁ ବାଂଲାଦେଶ ସକରାତ୍ମକ ପ୍ରତିକ୍ରିୟା ଦିଏ ତେବେ ଭାରତ-ଚୀନ ସଂଘର୍ଷକୁ ନେଇ ବାଂଲାଦେଶର ଆଭିମୁଖ୍ୟ ସ୍ପଷ୍ଟ ହୋଇଯିବ ବୋଲି ବଙ୍ଗଳା ନ୍ୟୁଜ୍ 24 ରିପୋର୍ଟ କରିଛି ।

ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଏନେଇ କହିଛନ୍ତି , ଇମ୍ରାନ ଖାନ କୋରୋନା ଏବଂ ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ଫୋନ କରିଥିଲେ । ଏହା କେବଳ ସାମାନ୍ୟ ସୌଜନ୍ୟମୂଳକ କଥାବାର୍ତ୍ତା ବ୍ୟତୀତ ଅନ୍ୟ କିଛି ନୁହେଁ। ଯଦି ପାକିସ୍ତାନ ଆମ ସହ ସମ୍ପର୍କକୁ ସୁଦୃଢ କରିପାରନ୍ତି ତେବେ ଏହା ଭଲ । କିନ୍ତୁ ଏଥି ସହିତ ମୋମେନ ଏହା ମଧ୍ୟ କହିଛନ୍ତି ଯେ, 1971 ମସିହାରେ ମୁକ୍ତି ଯୁଦ୍ଧ ସମୟରେ ପ୍ରାୟ 30 ଲକ୍ଷ ବାଂଲାଦେଶୀଙ୍କ ହତ୍ୟା ଏବଂ ପାକିସ୍ତାନ ଦ୍ୱାରା ହଜାର ହଜାର ମହିଳାଙ୍କୁ ଦୁଷ୍କର୍ମ କରିବା କଥା ଦେଶ ଭୁଲି ନାହିଁ। 1971 ମୁକ୍ତି ଯୁଦ୍ଧରେ ହୋଇଥିବା ନରସଂହାର ପାଇଁ ପାକିସ୍ତାନ ଏପର୍ଯ୍ୟନ୍ତ କ୍ଷମା ମାଗି ନାହିଁ। ଆମେ ସମସ୍ତଙ୍କ ସହ ବନ୍ଧୁତା ବଜାୟ ରଖିବାକୁ ଚାହୁଁଛୁ । କିନ୍ତୁ ଯଦି ସେମାନେ କ୍ଷମା ମାଗି ନ ପାରନ୍ତି ତେବେ ଏହା କିପରି ସମ୍ଭବ ବୋଲି ସେ କହିଛନ୍ତି ।

ଢାକା ସହିତ ସମ୍ପର୍କକୁ ସୁଗମ କରିବା ପାଇଁ ଇସଲାମାବାଦ କଠିନ ପରିଶ୍ରମ କରୁଥିବା ପରି ମନେହେଉଛି । ଏଥିପାଇଁ ସେ ନିକଟରେ ବାଂଲାଦେଶ ଯୁଦ୍ଧ ଅପରାଧ ସମ୍ବନ୍ଧରେ କିଛି ପ୍ରସ୍ତାବ ଗ୍ରହଣ କରିଥିଲା ​​ଏବଂ ମାନବ ଅଧିକାର ବିରୋଧରେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା କେତେକଙ୍କୁ ଦଣ୍ଡିତ କରିଥିଲା । କିନ୍ତୁ ବାଂଲାଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନ ଘରୋଇ ରାଜନୀତିରେ ହସ୍ତକ୍ଷେପ କରୁଛି ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ବାଂଲାଦେଶ ରାଜ୍ୟ ପରିବହନ ମନ୍ତ୍ରୀ ଖାଲିଦ ମହମୁଦ ଚୌଧୁରୀ କହିଛନ୍ତି, ଉଭୟ ବାଂଲାଦେଶ ଏବଂ ପାକିସ୍ଥାନ ସାର୍କ ଦେଶ। ଦୁଇ ପ୍ରଧାନମନ୍ତ୍ରୀ ଦକ୍ଷିଣ ଏସିଆ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗରେ ଆଲୋଚନା କରିପାରିବେ। ତଥାପି ଆମ ମଧ୍ୟରେ କିଛି ସମାଧାନ ହୋଇନଥିବା ସମସ୍ୟା ରହିଛି। ଯଦି ସେମାନେ ସମ୍ପର୍କକୁ ମଜବୁତ କରିବାକୁ ଚାହାଁନ୍ତି, ତା’ହେଲେ ସେମାନଙ୍କୁ ପ୍ରଥମେ ଏହାର ସମାଧାନ କରିବାକୁ ପଡିବ। କାରଣ ବାଂଲାଦେଶ ଆଲୋଚନା ମାଧ୍ୟମରେ ନୁହେଁ, ରକ୍ତାକ୍ତ ଯୁଦ୍ଧ ମାଧ୍ୟମରେ ସ୍ବାଧୀନତା ହାସଲ କରିଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.