ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । କ୍ରୋଧରେ ନାନା ପ୍ରକାର ପଦକ୍ଷେପ ଉଠାଉଛି ପାକ୍। ଭାରତ ସହ ସବୁ ବାଣିଜ୍ୟ ସମ୍ପର୍କ ଓ ଯାତାୟତକୁ ବନ୍ଦ କରିବା ପରେ ଏବେ ପାକିସ୍ତାନର ଲାହୋର ଠାରେ ଥିବା ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି ।
ଉନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଉତ୍ତର ପଶ୍ଚିମ ଭାରତୀୟ ଉପମହାଦ୍ବୀପରେ ଶାସନ କରୁଥିଲେ ରାଜା ରଣଜିତ ସିଂହ । ୧୮୩୯ ମସିହାରେ ରାଙ୍କର ନିଧନ ହୋଇଥିଲା । ତେବେ ତାଙ୍କର ୧୮୦ତମ ଶ୍ରାଦ୍ଧ ଦିବସରେ ରାଜାଙ୍କ ସ୍ମୃତିରେ ୯ଫୁଟ ଉଚ୍ଚତାର ଏକ ପ୍ରତିମୂର୍ତ୍ତି ଲାହୋରରେ ପ୍ରତିଷ୍ଠା କରାଯାଇଥିଲା ।
ତେବେ ଶନିବାର କିଛି ଦୁର୍ବୃତ୍ତ କ୍ରୋଧରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି । ଏହି ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ ମଧ୍ୟ କରିଥିବା ଜଣା ପଡିଛି। ଏହି ଦୁଇ ସନ୍ଦିଗ୍ଧଙ୍କ ସମ୍ପର୍କ ମୈାଲାବୀ ମୈାଲାନା ଖାଦିମ ରିଜବୀର ସଂଗଠନ ସହ ରହିଛି । ସେପଟେ ଏହି ଘଟଣା ପାଇଁ 'ଦ ୱାଲ୍ଡ ସିଟି ଅଫ ଲାହୋର ଅଥୋରିଟି' ଦୁଃଖ ପ୍ରକାଶ କରିବା ସହିତ ଏହାର ମରାମତି କାର୍ଯ୍ୟ କରିବା ପାଇଁ କହିଛନ୍ତି ।