ETV Bharat / bharat

ବର୍ଷକରେ 2 ହଜାର ଥର ଅସ୍ତ୍ରବିରତୀ ଉଲ୍ଲଂଘନ, 21 ଜଣଙ୍କ ମୃତ୍ୟୁ

ପୁଞ୍ଚ ଜିଲ୍ଲାରେ ପୁଣିଥରେ ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଂଘନ । ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ 2 ହଜାର ଥର ଅସ୍ତ୍ରବିରତୀ ଉଲ୍ଲଂଘନ ହୋଇଥିବା ବେଳେ 21 ଜଣଙ୍କ ପ୍ରାଣହାନୀ ଘଟିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 1, 2019, 1:35 PM IST

ଶ୍ରୀନଗର: ପାକିସ୍ତାନୀ ସେନାର ପୁନର୍ବାର ଅସ୍ତ୍ରବିରତୀ ଉଲ୍ଲଂଘନ । ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳରେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରିଛି । ପାକିସ୍ତାନର ଏହି ଅସ୍ତ୍ରବିରତୀ ଉଲ୍ଲଂଘନର ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ସେନା ।

ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସକାଳ ପ୍ରାୟ 8ଟା ସମୟରେ ପୁଞ୍ଚ ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳରେ ଗୁଳିଗୋଳା ବର୍ଷଣ କରିଥିଲା । ସୀମାରେ ଥିବା ଶାହପୁର, କିରନୀ ସେକ୍ଟରେ ଅଞ୍ଚଳରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲା । ପାକ ସେନା ପକ୍ଷରୁ ମୋର୍ଟାର ମଧ୍ୟ ମାଡ଼ କରାଯାଇଥିବା ଜଣାପଡ଼ିଛି ।

ତେବେ ଗତ ରବିବାର ପାକର ମୋର୍ଟାର ମାଡ଼ରେ 6 ଜଣ ସ୍ଥାନୀୟ ବାସିନ୍ଦା ଗୁରୁତର ହୋଇପଡ଼ିଥିଲେ । ତେବେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ଉକ୍ତ ଅଧିକାରୀଙ୍କ କହିବା ମୁତାବକ ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ 2 ହଜାରରୁ ଅଧିକ ଥର ଅସ୍ତ୍ରବିରତୀ ଉଲ୍ଲଂଘନ କରିଥିବା ଜଣାପଡ଼ିଛି । ତେବେ ପାକର ଏଭଳି ହରକତରେ 21 ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସେ ସୂଚନା ଦେଇଥିଲେ । ଏହା ସହିତ ଏକାଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.