ETV Bharat / bharat

ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ - ଅସ୍ତ୍ରବିରତି ଉଲ୍ଲଙ୍ଘନ

ମେ ମାସରେ ପାକିସ୍ତାନ ପ୍ରାୟ 5ରୁ 6 ଥର ଅସ୍ତ୍ରବିରତି କରିସାରିଲାଣି । ପୂର୍ବରୁ ଏପ୍ରିଲ ମାସରେ ପାକିସ୍ତାନ ସେନା ଅନେକ ଥର ଗୁଳିମାଡ କରିଥିଲା । ଅଧିକ ପଢନ୍ତୁ...

ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ
ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ
author img

By

Published : May 20, 2020, 1:13 AM IST

ଶ୍ରୀନଗର: ପୁଣି ଔଦ୍ଧତାମୀ ଦେଖାଇଛି ପାକ୍ । ଲଗାତାର ଦ୍ବିତୀୟ ଦିନ ସୀମାରେ ପାକ୍ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛି । ଜମ୍ମୁ ଓ କାଶ୍ମୀର ପୁଞ୍ଚ ଜିଲ୍ଲା ବାଲାକୋଟେ ସେକ୍ଟରରେ ଗୁଳିମାଡ ହୋଇଛି ।

ସୂଚନାନୁସାରେ ରାତି ପ୍ରାୟ 10ଟା ବେଳେ ଏହି ଗୁଳି ଓ ମୋର୍ଟାର ମାଡ କରିଛି ପାକିସ୍ତାନ । ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ଏହି ଗୁଳିମାଡ ହୋଇଛି । ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଉଛି । ସୋମବାର ମଧ୍ୟ ପାକିସ୍ତାନ ପକ୍ଷରୁ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ମେ ମାସରେ ପାକିସ୍ତାନ ପ୍ରାୟ 5ରୁ 6 ଥର ଅସ୍ତ୍ରବିରତି କରିସାରିଲାଣି । ପୂର୍ବରୁ ଏପ୍ରିଲ ମାସରେ ପାକିସ୍ତାନ ସେନା ଅନେକ ଥର ଗୁଳିମାଡ କରିଥିଲା । ଏହାସହ ପାକ୍ ସମର୍ଥିତ ଆତଙ୍କବାଦୀ କାଶ୍ମୀରରେ 2 ଥର ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ ।

ଏନେଇ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରିଥିଲେ । ତଥାପି ପାକ୍ ସୁଧୁରିବାର ନାମ ନେଉନାହିଁ । ଦେଶ କୋରୋନା ଭଳି ବିପଦ ସହ ଲଢୁଥିବା ବେଳେ ପାକିସ୍ତାନ ସେନା ଏହାର ଫାଇଦା ଉଠାଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.