ETV Bharat / bharat

ଜିନପିଙ୍ଗଙ୍କ ଗସ୍ତ ପୂର୍ବରୁ ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ

author img

By

Published : Oct 11, 2019, 11:53 AM IST

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ଜାମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି ।

ଫାଇଲ ଫଟୋ

ଶ୍ରୀନଗର: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନ ପଟୁ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । ଜାମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ଶୁକ୍ରବାର ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରିଛି । ଏଥିରେ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି।

ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ ହେଉଛି। ଏବେ ରାଜୌରୀରେ ହୋଇଥିବା ଅସ୍ତ୍ରବିରତି ଉଲଙ୍ଘନର ମୁହଁତୋଡ ଜବାବ ଦେଇଛି ଭାରତ । ପୂର୍ବରୁ ମଧ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । ଗୁରବାର ପୁଞ୍ଚ ଠାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଥିଲା।

ଅନ୍ୟପକ୍ଷରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଭାରତ ଗସ୍ତରେ ଆସୁଛନ୍ତି । ପାକିସ୍ତାନ ଓ ଚୀନ ମଧ୍ୟରେ ଉତ୍ତମ ସମ୍ପର୍କ ସତ୍ତ୍ବେ ଅସ୍ତ୍ରବିରତି ଉଲଙ୍ଘନ କେଉଁଠି ନା କେଉଁଠି ପାକିସ୍ତାନ ମନରେ ଥିବା ଭୟକୁ ସ୍ପଷ୍ଟ କରୁଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.