ଶ୍ରୀନଗର: ଅମାନିଆ ପାକିସ୍ତାନ। କୋରୋନା କାଳରେ ମଧ୍ୟ ଛାଡୁନି ବଦମାସି। ବାରମ୍ବାର ସୀମାରେ କରୁଛି ଅସ୍ତ୍ରବିରତୀ ଉଲ୍ଲଙ୍ଘନ। ମଙ୍ଗଳବାର ସକାଳୁ ଏଲଓସିର ନୌଗାମ ସେକ୍ଟରର ବାରମୁଲ୍ଲାରେ ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନ।
ଏହାସହ ମୋର୍ଟାର ମାଡ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଛି। ତେବେ ଏହି ପାକିସ୍ତାନୀ ସେନାକୁ ଭାରତୀୟ ସେନା କଡା ଜବାବ ଦେଉଛନ୍ତି।
ଭାରତୀୟ ସେନା ଚିନ୍ସର କର୍ପସ ଟୁଇଟ୍ କରି କହିଛନ୍ତି ଯେ, 30 ଜୁନ୍ 2020 ଦିନ ସକାଳେ ପାକିସ୍ତାନ ନୌଗାମ ସେକ୍ଟରର ବାରାମୁଲ୍ଲା (ଜେ ଆଣ୍ଡ କେ) ରେ LOC ନିକଟରେ ପାକ୍ ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ କରିଥିଲା। ଟୁଇଟ୍ରେ କୁହାଯାଇଛି ଯେ ଭାରତୀୟ ଯବାନଙ୍କ ଦ୍ବାରା ଏକ ଉପଯୁକ୍ତ ପ୍ରତିକ୍ରିୟା ଦିଆଯାଉଛି।