ETV Bharat / bharat

ଭାରତ ବିରୋଧରେ ପାକିସ୍ତାନର ଷଡଯନ୍ତ୍ର, ପିଓକେ ରେ ଏୟାରବେସ୍ ଅପଗ୍ରେଡ କରୁଛି ପାକ୍

ସମ୍ପୁର୍ଣ୍ଣ ବିଶ୍ବ କୋରୋନା ବିରୋଧରେ ଲଢେଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଲଗାତାର ଭାରତ ଉପରେ ଆକ୍ରମଣର ଯୋଜନା କରିଚାଲିଛି । ଲୁଚି ଲୁଚି ନିଜ ସୈନ୍ୟବଳକୁ ମଜଭୁତ କରିବାରେ ଲାଗିଛି ।

author img

By

Published : May 17, 2020, 3:32 PM IST

pakistan upgrade  skardu air base
ଭାରତ ବିରୋଧରେ ପାକିସ୍ତାନର ଷଡଯନ୍ତ୍ର

ନୂଆଦିଲ୍ଲୀ: ସମ୍ପୁର୍ଣ୍ଣ ବିଶ୍ବ କୋରୋନା ବିରୋଧରେ ଲଢେଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ଲଗାତାର ଭାରତ ଉପରେ ଆକ୍ରମଣର ଯୋଜନା କରିଚାଲିଛି । ଲୁଚି ଲୁଚି ନିଜ ସୈନ୍ୟବଳକୁ ମଜଭୁତ କରିବାରେ ଲାଗିଛି । ଏହାସହ ସ୍କାର୍ଦୁ ଏୟାରବେସକୁ ଅପଗ୍ରେଡ କରିସାରିଛି । ସ୍କାର୍ଦୁ ଏୟାରବେସ ପାକିସ୍ତାନ ଅଧିକୃତ କାଶ୍ମୀର( PoK)ର ଗିଲଗିଟ-ବାଲ୍ଟିସ୍ଥାନ ଅଞ୍ଚଳରେ ରହିଛି ।

ଆଶ୍ଚର୍ଯ୍ୟର କଥା ଏହା ଯେ ପାକିସ୍ତାନର ଏହି କାମରେ ଚୀନ ସାହାଯ୍ୟ କରିଛି । ପାକିସ୍ତାନ ଏହି ଏୟାରବେସ୍ ଚୀନ ଅଧିକାରୀଙ୍କ ସାହାଯ୍ୟରେ ପ୍ରସ୍ତୁତ କରିଛି । ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ନିକଟରେ ଥିବା ସ୍କାର୍ଦୁ ଏୟାରବେସରେ ପାକିସ୍ତାନୀ ଏୟାରଫୋର୍ସର ସି-130 ଏୟାରକ୍ରାଫ୍ଟ ଲଗାତାର ପହଞ୍ଚୁଛି ।

ଭାରତୀୟ ସୁରକ୍ଷା ଏଜେନ୍ସି ପାକିସ୍ତାନର ଏହି ହରକତ୍ ଉପରେ କଡା ନଜର ରଖିଛି । ଭାରତୀୟ ବାୟୁସେନାର ଶ୍ରୀନଗର ଏୟାରବେସ ଓ ଲେହ ଏୟାରବେସରୁ ସ୍କାର୍ଦୁ ଏୟାରବେସର ଦୂରତା ମାତ୍ର 200 କିଲୋମିଟର । ପାକିସ୍ତାନ ଏୟାରକ୍ରାଫ୍ଟ ଚୀନ ଏୟାରସ୍ପେଷରେ ପ୍ରବେଶ କରିବା ପୂର୍ବରୁ ସ୍କାର୍ଦୁ ଏୟାରବେସରେ ରହୁଛନ୍ତି । ପାକିସ୍ତାନ ଫାଇଟର୍ ଫ୍ଲାଇଟ୍ ଏଫ୍-16 ଓ ଜିଏଫ-17 ଲଗାତାର ସ୍କାର୍ଦୁ ଏୟାରବେସରେ ନଜର ଆସୁଛନ୍ତି ।

ଏହାପୂର୍ବରୁ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ବାଲାକୋଟରେ ଆତଙ୍କି ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏହାପରେ ପାକିସ୍ତାନ ମଧ୍ୟ ଭାରତ ଉପରେ ଆକ୍ରମଣ କରିଥିଲା । ଏଥିରେ ଭାରତୀୟ ସେନା ପାକିସ୍ତାନ ଫାଇଟର୍ ଫ୍ଲାଇଟ୍ ଏଫ-16କୁ ଧ୍ବସଂ କରିଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.