ହାଇଦ୍ରାବାଦ: ଆଜି ପାକିସ୍ତାନ ପାଳୁଛି ସ୍ବାଧୀନତା ଦିବସ । ତେବେ ଏହି ଦିନରେ ପାକିସ୍ତାନକୁ ଟ୍ରୋଲ କରୁଛି ଭାରତ । ଟ୍ବିଟରରେ ଏବେ ଟ୍ରେଣ୍ଡ କରୁଛି #HappyBirthdayBeta, #14AugustBlackDay । ଏହି ହାସଟ୍ୟାଗ ବ୍ୟବହାର କରି ପାକକୁ ଟ୍ରୋଲ କରିବା ସହ ସୁଧୁରିଯିବା ପାଇଁ କହୁଛନ୍ତି ଭାରତୀୟ ।
ଟ୍ବିଟରରେ ସବୁଠାରୁ ଅଧିକ ଟ୍ରେଣ୍ଡ କରୁଛି #HappyBirthdayBeta, ଯାହା ଦ୍ବାରା ଭାରତୀୟ ମାନେ ପାକିସ୍ତାନ, ସେଠାକାର ସରକାର, ଓ ତଥାକଥିତ କଟ୍ଟରବାଦୀ ଭାରତ ବିରୋଧୀଙ୍କୁ ଜଣାଇ ଦେଇଛନ୍ତି ଯେ ବାପା ବାପା ହୋଇଥାଏ ଓ ପୁଅ ପୁଅ । ଅନେକ ୟୁଜର୍ସ ଲେଖିଛନ୍ତି ଯେ ‘ପୁଅ ଯଦି ଅଯୋଗ୍ୟ ହୁଏ ତାକୁ ଭୁଲିଯିବା ଭଲ’, ‘ବାପାଙ୍କ ଠାରୁ ଅନେକ ସ୍ନେହ’ ଓ ଆହୁରି ଅନେକ ।