ETV Bharat / bharat

କାଶ୍ମୀର ପ୍ରସଙ୍ଗରେ ଆଇସିଜେ ଯିବ ପାକିସ୍ତାନ

author img

By

Published : Aug 20, 2019, 8:44 PM IST

ଜମ୍ମୁ-କାଶ୍ମୀରୁ ଧାରା 370 ଉଚ୍ଛେଦ ନିଷ୍ପତ୍ତି ବିରୁଦ୍ଧରେ ପାକିସ୍ତାନ ଆନ୍ତର୍ଜାତୀୟ ଅଦାଲତର ଦ୍ବାରସ୍ଥ ହେବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସବୁଆଡୁ ବିଫଳ ହେବାପରେ କାଶ୍ମୀର ପ୍ରସଙ୍ଗକୁ ନେଇ ଏବେ ଆନ୍ତର୍ଜାତୀୟ ଅଦାଲତ (ଆଇସିଜେ) ଯିବ ପାକିସ୍ତାନ । ଜମ୍ମୁ-କାଶ୍ମୀରୁ ଧାରା 370 ଉଚ୍ଛେଦ କରିବାର ଭାରତର ନିଷ୍ପତ୍ତି ବିରୁଦ୍ଧରେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଅଦାଲତର ଦ୍ବାରସ୍ଥ ହେବ ବୋଲି ମଙ୍ଗଳବାର ପାକ୍ ବିଦେଶମନ୍ତ୍ରୀ ଶାହ ମହମ୍ମଦ କୁରୈଶୀ ଘୋଷଣା କରିଛନ୍ତି । ସମସ୍ତ ଆଇନଗତ ପକ୍ଷକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁରୈଶୀ କହିଛନ୍ତି।

ତେବେ ପାକିସ୍ତାନର କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହାୟକ କହିଛନ୍ତି । ଏନେଇ କ୍ୟାବିନେଟ୍‌ର ମଞ୍ଜୁରୀ ମଧ୍ୟ ମିଳିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ଭାରତ ବିରୁଦ୍ଧରେ ମୋର୍ଚ୍ଚା ଖୋଲିଛି ପାକିସ୍ତାନ । ଏହାକୁ ନେଇ ପାକିସ୍ତାନ ଜାତିସଙ୍ଘ ସୁରକ୍ଷା ପରିଷଦର ଦ୍ବାରସ୍ଥ ମଧ୍ୟ ହୋଇଥିଲା । କିନ୍ତୁ ଚୀନ୍‌ ବ୍ୟତିତ ଅନ୍ୟ କୌଣସି ଦେଶ ମଧ୍ୟ ପାକିସ୍ତାନର ପକ୍ଷ ନେଇନଥିଲେ । ଏହା ଦ୍ବିପାକ୍ଷିକ ମାମଲା ବୋଲି ଚର୍ଚ୍ଚା କରିବାକୁ ସେମାନେ ମନା କରିଦେଇଥିଲେ । ତେବେ ବର୍ତ୍ତମାନ ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ନେଇ ଅନ୍ତରାଷ୍ଟ୍ରୀୟ ଅଦାଲତ ଯିବ ବୋଲି ନିଷ୍ପତ୍ତି ନେଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.