ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ପାକିସ୍ତାନ ଦେଇଥିବା ମନ୍ତବ୍ୟ ଉପରେ ଉତ୍ତେଜିତ ହୋଇ ସାଧୁସନ୍ଥମାନେ ପରାମର୍ଶ ଦେଇ କହିଛନ୍ତି ଯେ, ଯଦି ପାକିସ୍ତାନ ନିଜ ସୀମା ଭିତରେ ନ ରୁହେ ତେବେ ଇସଲାମାବାଦରେ ରାମ ମନ୍ଦିର ନିର୍ମାଣ ହେବ । ସାଧୁମାନେ ମଧ୍ୟ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଭାରତ ସରକାରଙ୍କ ଠାରୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ବାବ୍ରି ମସଜିଦର ସପକ୍ଷରେ ଥିବା ଇକବାଲ ଅଂସାରୀ ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନକରୁ ।
ସାଧୁମାନେ କହିଛନ୍ତି ଯେ, ରାମ ମନ୍ଦିର ମାମଲାରେ ହସ୍ତକ୍ଷେପ କରିବା ପାକିସ୍ତାନର ଉଦ୍ଦେଶ୍ୟ ହେଉଛି ଭାରତରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଭୁଲବୁଝାମଣା ଓ ଅଶାନ୍ତି ସୃଷ୍ଟି କରିବା ।ସାଧୁ ଓ ସନ୍ଥ ମାନେ ଭାରତ ସରକାରଙ୍କ ଠାରୁ ଦାବି କରିଛନ୍ତି ଯେ ବର୍ତ୍ତମାନ ପାକିସ୍ତାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଉପଯୁକ୍ତ ଉତ୍ତର ଦିଆଯାଉ । ଏହା ସହ ପାକିସ୍ତାନକୁ କହିଛନ୍ତି ଯେ ବର୍ତ୍ତମାନ ସେଦିନ ଦୂର ନୁହେଁ, ଯଦି କୌଣସି ସୁଧାର ନଆସେ ତେବେ ଇସଲାମାବାଦରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। ଭାରତର ମୁସଲମାନମାନେ ରାମ ମନ୍ଦିର ଉପରେ ଯାହା ନିଷ୍ପତ୍ତି ନିଆଯାଇଛି ତାହା ଗ୍ରହଣ କରିଛନ୍ତି। ପାକିସ୍ତାନ ରାମ ମନ୍ଦିର ଏବଂ ବାବ୍ରି ମସଜିଦ ଉପରେ ରାଜନୀତି କରିବା ଉଚିତ ନୁହେଁ, ଏହା ଆମର ଆଭ୍ୟନ୍ତରୀଣ ମାମଲା ।
ବାବ୍ରି ପକ୍ଷକାର ଇକବାଲ ଅନସାରୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି ଏବଂ ସମସ୍ତେ କୋର୍ଟକୁ ସମ୍ମାନ ଦେଉଛନ୍ତି । ସମଗ୍ର ଭାରତର ମୁସଲମାନ ସମାଜ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇ କୋର୍ଟର ନିଷ୍ପତ୍ତିକୁ ଗ୍ରହଣ କରିଛି । ବାବ୍ରି ମସଜିଦ ଏବଂ ରାମ ଜନ୍ମଭୂମି ଉପରେ ପାକିସ୍ତାନ ରାଜନୀତି କରିବା ଉଚିତ ନୁହେଁ। ଏହା ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ। ପାକିସ୍ତାନ କିଏ ଏହି ପ୍ରସଙ୍ଗକୁ ବିରୋଧ କରିବା ବାଲା ? ଆଜି ପର୍ଯ୍ୟନ୍ତ ପାକିସ୍ତାନ କୌଣସି ଭଲ କାମ କରିନି । ସମଗ୍ର ବିଶ୍ୱ କୋରୋନା ଭାଇରସ ସହିତ ସଂଘର୍ଷ କରୁଛି । ଏଥିରୁ ମୁକ୍ତି ପାଇଁ ପାକିସ୍ତାନ ଏକ ଉପାୟ ଖୋଜିବା ଉଚିତ ।
ରାମଲାଲାଙ୍କ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ବିଭାଜନ ସମୟରେ ଏମିତି ବହୁତ ମନ୍ଦିର ଥିଲା ଯାହା ପାକିସ୍ତାନ ପଟକୁ ପଳେଇଥିଲା ଯାହାକୁ ଧ୍ବଂସ କରାଯାଇଛି । ଅଯୋଧ୍ୟାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଭାରତର ଅନେକ ମୁସଲମାନ ରାମ ମନ୍ଦିରକୁ ସମର୍ଥନ କରିଛନ୍ତି ଏବଂ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ମଧ୍ୟ ମୁସଲମାନ ସମାଜର ଲୋକମାନେ ସମର୍ଥନ କରିଛନ୍ତି। ଭାରତରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିବାଦ ଉପୁଜୁ ଏଥିପାଇଁ ପାକିସ୍ତାନ ରାମ ମନ୍ଦିର ପ୍ରସଙ୍ଗ ଉଠାଉଛି । ଏହା ଆମ ଦେଶର ବିଷୟ ତେଣୁ ପାକିସ୍ତାନ ଏଥିରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ସୀମାରେ ଆକ୍ରମଣ କରି ଆମର ଜବାନ ମାନଙ୍କୁ ହତ୍ୟା କରି ଆତଙ୍କବାଦ ବିଶ୍ୱରେ ଆତଙ୍କବାଦ ବ୍ୟାପୁଛି । ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କୁ ଏକ ଉଚିତ ଶିକ୍ଷା ଦିଆଯାଉ।